ହେଡଲାଇନସ୍:

ଦୁର୍ଦ୍ଦିନରେ କାଳ କାରୁଛନ୍ତି ବାଜା କଳାକାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧର୍ମଗଡ ରୁ ସୁଶାନ୍ତ ରାଉତ :  ଧର୍ମଗଡ ବ୍ଳକ ଗ୍ରାମାଞ୍ଚଳରେ ରହୁଥିବା ବାଜା କଳାକାର ମାନେ ଗୁରୁବାର ଛିଲପା ପମ୍ପ ହାଉସ ଠାରେ ସାମାଜିକ ଦୂରତା ରଖି ଏକ ବୈଠକରେ ଯୋଗଦେଇଥିଲେ | ଏମାନେ  ନିଜର ବିଭିନ୍ନ ସମସ୍ୟା  ସଂମ୍ପର୍କରେ ଆଲୋଚନା କରିଥିଲେ ଏହି କଳାକାରମାନେ ପ୍ରତିବର୍ଷ ଚାରିମାସ ବାଜା ବଜେଇ ରୋଜଗାର କରିବା ସହ ନିଜ ନିଜର ପରିବାରଙ୍କ ପ୍ରତିପୋଷଣ କରିଥାନ୍ତି | ହେଲେ ଚଳିତ ବର୍ଷ ଲକଡାଉନ ହେତୁ ରୋଜଗାର ହରାଇଛନ୍ତି |  ତେଣୁ ଏମାନେ ସରକାରୀ ସହାୟତା ପାଇଁ ଦାବିକରିବା ପାଇଁ ନିଷ୍ପତ୍ତି ନେଇଥିଲେ | ଏହି ଅବସରରେ ଏମାନେ ମା ଭଣ୍ଡାରଘରଣୀ ବାଜା ସଙ୍ଘ ନାମରେ ଏକ ସଂଗଠନ   କରିଥିଲେ | ଏଥିରେ କବିରାଜ ଦୁରିଆ ସଭାପତି ଅନୀଲ ଖମାରି ସମ୍ପାଦକ ଦିଗାମ୍ବର ସୁନା କୋଷାଧ୍ୟକ୍ଷ ଦାମୋଦର ଡଙ୍ଗରି ଉପ ସଭାପତି ଅନନ୍ତ ଖରସେଲ ସହ ସମ୍ପାଦକ ମନୋନୀତ ହେଇଥିଲେ |

0
0
0
s2sdefault