ହେଡଲାଇନସ୍:

ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୫ଟି କରୋନା ପଜିଟିଭ୍ :  ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି  ପୁଣି ନୂଆ ୫ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ  ମହାରାଷ୍ଟ୍ର ରୁ ୪ଜଣ , ଆନ୍ଧ୍ରପ୍ରଦେଶରୁ ଜଣେ ଫେରନ୍ତା  । ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିମାନେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେଠାରୁ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା ।ସେମାନଙ୍କର ରିପୋର୍ଟ ପଜିଟିଭ୍ ଆସିଥିବାରୁ ସମସ୍ତଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସ୍ଥାନାନ୍ତର କରି  ଆର.ସୀତାପୁର ସ୍ଥିତ କୋଭିଡ୍ ହସ୍ପିଟାଲକୁ ଆଣାଯାଇଛି । ସେଠାରେ ସେମାନଙ୍କ ର ଚିକିତ୍ସା ଚାଲିଛି ।

ଏହି ୫ ଜଣଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ୮୪ ରେ ପହଞ୍ଚିଲା କରୋନା ପଜିଟିଭ୍ ସଂଖ୍ୟା। ସେଥିମଧ୍ୟରୁ ୪୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଆଉ ୩୯ ଜଣଙ୍କର କୋଭିଡ୍ ହସ୍ପିଟାଲରେ ଚିକିତ୍ସା ଚାଲିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

0
0
0
s2sdefault