ହେଡଲାଇନସ୍:

ବଜ୍ରପାତରେ ଜଣେ ମୃତ୍ୟୁ, ୧୧ ଆହତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )-: ସାନ୍ତାଳି ସମ୍ପ୍ରଦାୟର  ପୂଜା ଚାଲିଥିଲା ବେଳେ ହଠାତ ବର୍ଷା ଓ ପରେ ବଜ୍ରପାତ ।  ଏହି ବଜ୍ରପାତରେ ଚାଲିଗଲା ଏକ ଅମୂଲ୍ୟ ଜୀବନ । ଆହତ କରି ଦେଇ ଗଲା ୧୧ ଜଣଙ୍କୁ  । ସୁଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା  ସାରସକଣା ବ୍ଲକ ଅନ୍ତର୍ଗତ ନୂଆଗାଁଠାରେ ସାନ୍ତାଲ ସମ୍ପ୍ରଦାୟର ଏକ ବିଶେଷ ପୂଜାର୍ଚ୍ଚନା ଚାଲିଥିଲା ବେଳେ ହଠାତ ବର୍ଷା ସହିତ ବଜ୍ରପାତ ଆରମ୍ଭ ହୋଇଥିଲା।  ଫଳରେ କୁଅଁରଡିହି ଗ୍ରାମର ୬୫ ବର୍ଷୀୟ ନାରାୟଣ ହାଁସଦାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଉପସ୍ଥିତ ଜନତାଙ୍କ ମଧ୍ୟରୁ ୧୧ ଜଣ ଆହତ ହୋଇଥିଲେ   । ସେମାନଙ୍କୁ ଚିକିତ୍ସା ନିମନ୍ତେ ଶୀର୍ଷା ସ୍ବସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ୨ ଜଣକ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଝାରପୋଖରୀଆ ପୋଲିସ ଓ ସାରସକଣା ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁଯାଇ କ୍ଷତି ପୂରଣ ଦିଆଯିବ ବୋଲି କହିଛନ୍ତି ତହସିଲଦାର ସତ୍ୟବାନ ବେହେରା ।

0
0
0
s2sdefault