ହେଡଲାଇନସ୍:

ଆଖି ବୁଜିଦେଲେ ଅର୍ଜୁନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ (ଶାସକ ପ୍ରଶାସକ) ଆଖି ବୁଜିଦେଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ପରଲୋକ ଘଟିଛି । ଗତ କିଛିଦିନ ଧରି ଅସୁସ୍ଥ ଥିବା ଏହି ବରିଷ୍ଠ ନେତା  ଭୁବନେଶ୍ୱରର ଏକ ଘରୋଇ  ହସପିଟାଲରେ ୭୯ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ଭଦ୍ରକ ତଥା ଅବିଭକ୍ତ ବାଲେଶ୍ୱର ରାଜନୀତିର ଏହି ବରିଷ୍ଠ ନେତାଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି ।

୧୯୪୧ ମସିହା ସେପ୍ଟମ୍ବର ୧୮ ତାରିଖରେ ସେ ବାଲେଶ୍ୱରରେ ଜନ୍ମିତ ସ୍ବର୍ଗତ ଶ୍ରୀ ସେଠି  ଛାତ୍ର ଜୀବନରୁ ସେ ରାଜନୀତି ସହ ଓତପ୍ରୋତ ଭାବେ ଜଡିତ ହୋଇଥିଲେ । ୧୯୭୧ ମସିହାରେ ଭଦ୍ରକ ଲୋକସଭା ଆସନରୁ ଭାରତୀୟ ଜାତୀୟ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିବା ବେଳେ ପୁନଃ  ୧୯୮୦ରେ ପୁଣି ଥରେ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ  । ପରେ ସେ କଂଗ୍ରେସ ଛାଡି ଜନତା ଦଳରେ ଯୋଗ ଦେଇଥିଲେ । ୧୯୯୧ରେ ସେ ଜନତା ଦଳ ଟିକେଟରୁ ଲଢି ବିଜୟୀ ହୋଇଥିବା ବେଲେ  ୧୯୯୮, ୧୯୯୯, ୨୦୦୪ ଓ ୨୦୦୯ରେ ବିଜୁ ଜନତା ଦଳ ଟିକେଟରୁ ଲଢି ବିଜୟୀ ହୋଇଥିଲେ । ତେବେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ କେନ୍ଦ୍ର ମନ୍ତ୍ରୀ ଥିଲେ । ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଥିବା ଶ୍ରୀ ସେଠି ୨୦୧୯ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ନମିଳିବାରୁ  ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ।

0
0
0
s2sdefault