ହେଡଲାଇନସ୍:

କଥା ରଖିଲେ ସାଂସଦ ଅପରାଜିତା : ବହୁ ପ୍ରତିକ୍ଷିତ ହଂସପାଳ ଓଭରବ୍ରିଜର କଲେ ଭୂମି ପୂଜନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ମାନସୀ ମିଶ୍ର) :  କଥା ରଖିଲେ ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀ | ନିର୍ବାଚନ ବେଳେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ନାହାନ୍ତି । ପ୍ରତିଶ୍ରୁତି ଦେଇଥିଲେ ଆଉ ସାଂସଦ ହେବା ପରେ ପ୍ରଥମ ଲକ୍ଷ୍ୟ ଥିଲା ହଂସପାଳରେ କିପରି ଫ୍ଲାଇଓଭର ତିଆରି ହେବ | ଦୁର୍ଘଟଣା କମିବ । କାର୍ଯ୍ୟ  କରୋନା ପାଇଁ ବିଳମ୍ବ ହୋଇଥିଲେ ମଧ୍ୟ  ଆଜି ଠାରୁ କାମ ଆରମ୍ଭ ହୋଇଯିବ ବୋଲି କହିଛନ୍ତି ସଂସଦ ଅପରାଜିତା | 

ଆଜି ହଂସପାଳ ଠାରେ ବହୁ ପ୍ରତିକ୍ଷୀତ ଏହି  ଓଭର ବ୍ରିଜ  ଭୂମି ପୂଜନ ଏବଂ ଭିତ୍ତି ପ୍ରସ୍ଥର ସ୍ଥାପନା  କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତୀନ ଗଡ଼କରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ କ୍ଷେତ୍ରୀୟ ନିର୍ଦେଶକ ଉପସ୍ଥିତ ଥିଲେ |  ଓଭର ବ୍ରିଜମୋଟ 24କୋଟି 63 ଲକ୍ଷ ଟଙ୍କା ବ୍ୟୟ  ହେବାକୁ ଥିବା ବେଳେ  ଆଗାମୀ 18 ମାସ ମଧ୍ୟରେ କାର୍ଯ୍ୟ ସମାପନ ହେବ l 

ଏହି ଅଞ୍ଚଳଟି ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥିବାରୁ, ସାଂସଦଙ୍କ ଏଭଳି ପଦକ୍ଷେପ ପାଇଁ  ଜନସାଧାରଣଙ୍କ ମିଳିତ ସଂଗଠନ ଉତ୍ତର ଭୁବନେଶ୍ୱର ଉନୟନ ପରିଷଦ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା |

0
0
0
s2sdefault