ହେଡଲାଇନସ୍:

ଋତୁକାଳୀନ ଛାତ୍ରାବାସର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ମାକ୍ସ ବଣ୍ଟନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- କୋରୋନା ମହାମାରୀର ଆକ୍ରମଣ ହେବା ପରଠାରୁ ଦେଶରେ ଲାଗିରହିଛି ଲକଡାଉନ । ବର୍ତ୍ତମାନ ଯଦିଓ ପର୍ଯୟକ୍ରମେ ଲକଡାଉନକୁ କୋହଳ କରାଯାଉଛି ତଥାପି ବର୍ତ୍ତମାନ ସୁଦ୍ଧା ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ସମ୍ମୁଖରେ ଜୀବନ ଜୀବିକାର ସମସ୍ୟା ରହିଛି । ସରକାର ଙ୍କର ସହିତ ବହୁ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ନିୟମିତ ଭାବେ ଲୋକଙ୍କ ନିକଟକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ଏଡ଼ ଏଟ ଆକ୍ସନ ନାମକ ଅନୁଷ୍ଠାନ ତରଫରୁ ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ପାଇକମାଲ ବ୍ଲକ କାଂଶଡ଼ା ଗ୍ରାମରେ ଲକଡାଉନ ପୂର୍ବରୁ ଚାଲୁଥିବା ଋତୁକାଳୀନ ଛାତ୍ରାବାସର ଅନ୍ତେବାସୀ ମାନଙ୍କୁ 20ଦିନର ଶୁଖିଲା ଖାଦ୍ୟ ସାମଗ୍ରୀ ଓ ମାକ୍ସ ବଣ୍ଟନ କରାଯାଇଥିଲା । 

ଏଠାରେ ସୂଚନାଯୋଗ୍ୟ ଯେ ଋତୁକାଳୀନ ଛାତ୍ରାବାସରେ ରହୁଥିବା ଅନେକ ଅନେବାସୀ ମାନଙ୍କର ଅଭିଭାବକ ବର୍ତମାନ ସୁଦ୍ଧା ନିଜର ଗାଁକୁ ଫେରି ନାହାନ୍ତି । ଯାହା ଫଳରେ କି ଏହି ଛୁଆ ମାନଙ୍କୁ ଅସୁବିଧା ହେଉଥିବା ଜାଣି ଉଭଉ ଅନୁଷ୍ଠାନ ଦ୍ୱାରା ରିଲିଫ  ବଣ୍ଟନ ପାଇଁ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହା ସହିତ ଉଭୟ ଅନୁଷ୍ଠାନ ଦ୍ୱାରା ଆଜି ପାଇକମାଲ ମୁଖ୍ୟ ଛକ , ଷ୍ଟେଟ ବେଙ୍କ ସାମନାରେ ଓ ଡେଲି ମାର୍କେଟ ଅଂଚଳରେ  ସମାଜ ସେବୀ ସଂସ୍ଥା କ୍ରାଇ ମାକ୍ସ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପଲ୍ଲୀ ଆଲୋକ ପାଠାଗାର ତରଫରୁ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଓ ଯୁବ ବ୍ୟବସାୟୀ ତଥା ଏହି ଅଂଚଳରେ କୋବିଡ଼ 19ର ଏହି ଘଡିସନ୍ଧି ମୁହୂର୍ତ୍ତରେ  ନିୟମିତ ଲୋକଙ୍କୁ ସଚେତନ କରେଇବା ସହିତ କ୍ରମାଗତ ଭାବରେ ଖାଦ୍ୟ ସାମଗ୍ରୀ ଓ ମାକ୍ସ ବଣ୍ଟନ କରି ଆସୁଥିବା  ଶ୍ରୀ ସୁମିତ କୁମାର ଅଗ୍ରୱାଲଙ୍କୁ ଅତିଥି ରୂପେ ଡକାଯାଇ ସେମାନଙ୍କର ହାତରେ ରିଲିଫ ବଣ୍ଟନ କରାଯାଇଥିବା ପଲ୍ଲୀ ଆଲୋକ ପାଠାଗାର ର ପ୍ରୋଗ୍ରାମ ଅଫିସର ଶ୍ରୀ ହୀରାଲାଲ ମିଶ୍ର ସୂଚନା ଦେଇଛନ୍ତି ।

 

0
0
0
s2sdefault