ହେଡଲାଇନସ୍:

ଲକ ଡାଉନ ମ୍ୟାରେଜ : ନିରାଡ଼ମ୍ବର ବାହାଘର, ସ୍ମରଣୀୟ କରିବାକୁ ରକ୍ତଦାନ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ସାଧାରଣତଃ ପ୍ରଥା ଅଛି ଯେ ବିବାହର ପରଦିନ ବର ଘରେ ଭୋଜିର ଆୟୋଜନ ହୋଇଥାଏ । କିଛି ଲୋକଥାନ୍ତି ଯିଏ ଅନେକ ଆଡମ୍ବରରେ ବାହା ହେଇ ବିବାହ ଉତ୍ସବକୁ ସ୍ମରଣୀୟ କରିଥାନ୍ତି । ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କି ନିରାଡ଼ମ୍ବର ଭାବରେ ବାହା ହେଇ ଆଦର୍ଶ ପ୍ରତିପାଦିତ କରିଛନ୍ତି  ।

 ଗତ କାଲି ସୋହେଲାର ଚକରକେନ୍ଦରେ ଏକ ସମ୍ପୂର୍ଣ୍ଣ ନିରାଡ଼ମ୍ବର ବାହାଘରର ହୋଇଥିଲା । ଅଂଚଳର ଲୋକପ୍ରିୟ ନେତା ତଥା  ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ପୌରହିତତ୍ୱରେ । ଏହି ବାହା ଘରେ ଉତ୍ସବରେ ନା ଥିଲା ବରଯାତ୍ରୀ ନା ଥିଲେ ପୁରୋହିତ, ନା ଥିଲା ରୋଷଣୀ ନା ଥିଲା ଭୋଜିଭାତ |  ଗାଁ ଦାଣ୍ଡରେ ମାତ୍ର କିଛି ପରିବାର ଲୋକ ଓ  ମନ୍ତ୍ରୀ ଙ୍କର ସମ୍ମୁଖରେ ବିବାହ ବନ୍ଧନରେ ସାରା ଜୀବନ ପାଇଁ ବାନ୍ଧି ହୋଇଥିଲେ ଶଙ୍କର୍ଷଣ ଓ ତପସ୍ୱିନୀ ପ୍ରଧାନ । ବାହା ଘର ସମୟରେ ଵୃକ୍ଷ ରୋପଣ କରି ଶପଥ ପାଠ ମଧ୍ୟ କରିଥିଲେ ଉଭୟ ।  ଆଜି ଚକରକେନ୍ଦଠାରେ ଶଂକର୍ଷଣ ପଧାନ ଏବଂ ତପସ୍ବିନୀ ପ୍ରଧାନଙ୍କ ଏହି ନିରାଡ଼ମ୍ବର ତଥା  ଆଦର୍ଶ ବାହାଘରକୁ ସ୍ମରଣୀୟ କରିବା ପାଇଁ ବରଗଡ଼ର ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଏବଂ ଜୟ ମାନବ ମଂଚ ତରଫରୁ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ସର୍ବମୋଟ୍ ୨୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ସଂଗୃହୀତ ହୋଇଥିଲା। ଏଥିରେ ନିଷ୍ଠା ପରିବାରର ଉପ ସଭାପତି ଶ୍ରୀ ଖଗେଶ୍ବର ସାହୁ ସଂପାଦକ ଅଶ୍ବିନୀ ତ୍ରିପାଠୀ ଏବଂ ରବି ଶଂକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ନବ ଦମ୍ପତି ଙ୍କୁ ନିଷ୍ଠା ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଅନେକ ଲୋକଙ୍କ ପାଇଁ ସେମାନେ ଉଦାହରଣ ସୃଷ୍ଟି କରିଛନ୍ତି। ଉଭୟ ଙ୍କ ବୈବାହିକ ଜୀବନ ସୁଖମୟ ହେଉ ଏହା ହିଁ ମାଁ ସମଲେଶ୍ବରୀ ଙ୍କ ଠାରେ ପ୍ରାର୍ଥନା ଉପସ୍ଥିତ ବ୍ୟକ୍ତି ମାନେ ।

0
0
0
s2sdefault