ହେଡଲାଇନସ୍:

ପଶ୍ଚିମରୁ ବହିଲା ପ୍ରତିବାଦର ହାୱା : "ବନ୍ଦେ ଉତ୍କଳ ଜନନୀ"  ରାଜ୍ୟ ସଙ୍ଗୀତ ମାନ୍ୟତାକୁ ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ରାଜ୍ୟ ସଙ୍ଗୀତ ଉତ୍କଳ କୈନ୍ଦ୍ରିକ ନହୋଇ ଓଡିଶା କୈନ୍ଦ୍ରିକ ହେବା ଆବଶ୍ୟକ ।

  • ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ୪ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ

  • ଗୀତ ରଚନା ଓ ସଙ୍ଗୀତ ସଂଯୋଜନାକୁ ପ୍ରଶଂସା କିନ୍ତୁ ରାଜ୍ୟ ସଙ୍ଗୀତ ମାନ୍ୟତା କୁ ବିରୋଧ ।

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) ସମଗ୍ର ରାଜ୍ୟର ଭୌଗଳିକ ସ୍ଥିତି, ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ କୁ ବର୍ଣ୍ଣନା କରୁଥୁବା କୋଣସି ରାଜ୍ୟ ସଙ୍ଗୀତକୁ ସ୍ୱୀକାର । ରାଜ୍ୟ ସରକାର ଙ୍କର ନିଷ୍ପତ୍ତି ଅଗଣତାନ୍ତ୍ରିକ ଓ ଉତ୍କଳ ଭୂଖଣ୍ଡ ବ୍ୟତୀତ ଅନ୍ୟ ଭୂଖଣ୍ଡବାସୀ ଙ୍କ ଉପରେ ଜୋର ଜବରଦସ୍ତ ଲଦି ଦିଆଯାଉଛି।  କେବଳ ଉତ୍କଳ ଭୂଖଣ୍ଡ ଟି ଓଡିଶା ପ୍ରଦେଶ ନୁହେଁ,  ହୀରାଖଣ୍ଡ, କଳିଙ୍ଗ, ମହାକାନ୍ତାର ଭଳି ଭୂଖଣ୍ଡ ମଧ୍ୟ ଓଡିଶା ର ଅଂଶବିଶେଷ । ତେଣୁ "ବନ୍ଦେ ଉତ୍କଳ ଜନନୀ'' ଗୀତରୁ ଉତ୍କଳ ଶବ୍ଦ କୁ ପରିବର୍ତ୍ତନ କରି ଓଡିଶା ଶବ୍ଦ ବ୍ୟବହାର କରାଯାଉ ।

     ପଶ୍ଚିମାଞ୍ଚଳ ର ଅଗ୍ରଣୀ ସାଂସ୍କୃତିକ, ସାମାଜିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ରାଜ୍ୟ  ସରକାରଙ୍କ ପ୍ରତେକ ଗଣତାନ୍ତ୍ରିକ ନିଷ୍ପତ୍ତି କୁ ସ୍ବାଗତ  କରେ । ପୁଣି ଉତ୍କଳ ଭୁଖଣ୍ଡ କିମ୍ବା ଉତ୍କଳବାସୀ ଙ୍କୁ ବିରୋଧ  କରିବା ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଲକ୍ଷ କିମ୍ବା ଉଦେଶ୍ଯ  ନୁହେଁ ।

ରାଜ୍ୟବାସୀ ଭାବରେ ଆମେ କୌଣସି ରାଜ୍ୟ ସଂଗୀତ କୁ ମଧ୍ୟ  ବିରୋଧ  କରୁ ନାହୁଁ । ତେବେ  ରାଜ୍ୟ ସଂଗୀତ ନାମରେ  ଏକ ନିର୍ଦ୍ଧିଷ୍ଟ ଅଞ୍ଚଳର ଗୁଣଗାନକୁ ସମସ୍ତ  ଓଡିଶା ବାସୀଙ୍କ ଉପରେ  ଲଦିଦେବା ଏକ ଅଗଣତାନ୍ତ୍ରିକ  କାର୍ଯ୍ୟ । ସେଥିପାଇଁ ସମଗ୍ର ରାଜ୍ୟର ଭୌଗଳିକ ସ୍ଥିତି, ପରମ୍ପରା, କଳା, ସାହିତ୍ୟ, ସଂସ୍କୃତି, ବରପୁତ୍ର ଙ୍କ ବିଷୟରେ ଉଲ୍ଲେଖ ଥିବା  ଏକ ନୂତନ ଗୀତକୁ ସରକାର ରାଜ୍ୟ ସଂଗୀତ  ଭାବେ ଗ୍ରହଣ କଲେ ସାଢେ ଚାରି କୋଟୀ ଓଡିଶାବାସୀ ଖୁସିରେ ଗ୍ରହଣ  କରିବେ ।  ଉତ୍କଳକୁ ଓଡ଼ିଶାର ପ୍ରତିଶବ୍ଦ ବୋଲି କିମ୍ବା  ଅଂଶବିଶେଷ ପୂର୍ଣ୍ଣାବୟବର ପ୍ରତିଶବ୍ଦ ବୋଲି  କିପରି ଗ୍ରହଣ  କରାଯାଇ ପାରିବ  ? ସେଥିପାଇଁ ରାଜ୍ୟ ସଙ୍ଗୀତ ଉତ୍କଳକୈନ୍ଦ୍ରିକ ନହୋଇ  ଓଡିଶାକୈନ୍ଦ୍ରିକ ହେବା ଆବଶ୍ୟକ । 

       ବହୁ ଆଶା, ଆକାଂକ୍ଷା ଓ ବିକାଶର ସ୍ୱପ୍ନ ନେଇ ପଶ୍ଚିମାଞ୍ଚଳ ବାସୀ ଓଡିଶା  ରାଜ୍ୟ ଗଠନ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ  । ୧୯୩୬ ରେ ନୂତନ ରାଜ୍ୟ ଓଡିଶା ଗଠନ ପରଠାରୁ  ରାଜ୍ୟ ସରକାର ପଶ୍ଚିମାଂଚଳ ପ୍ରତି ବୈମାତୃକ ମନୋଭାବକୁ ନେଇ ବିଭିନ୍ନ ସମୟରେ ଆଲୋଚନା, ସମାଲୋଚନା ଓ ବିରୋଧ ହୋଇ ଆସୁଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା ଅନ୍ୟାନ୍ୟ ବିକାଶ ପ୍ରସଙ୍ଗରେ ରାଜ୍ୟ ସରକାର ରାଜ୍ୟ ର ପଶ୍ଚିମାଞ୍ଚଳକୁ ସଦା ସର୍ବଦା ଉପେକ୍ଷା କରିବାର ବହୁ ନଜିର ରହିଛି ।

        ସରକାର  ସମ୍ବଲପୁରୀ ଭାଷା କୁ ରାଜ୍ୟ ର ଦ୍ବିତୀୟ ସରକାରୀ  ଭାଷା ର ମାନ୍ୟତା ଦେବାକୁ କୁଣ୍ଠାବୋଧ  କରୁଛନ୍ତି  କିନ୍ତୁ  ଉତ୍କଳ କୁ ଓଡିଶା ବାସୀଙ୍କ ଉପରେ ଲଦିବାକୁ ପଛାଉ ନାହାନ୍ତି । ଏଥିପାଇଁ  ପଶ୍ଚିମାଞ୍ଚଳ  ଏକତା ମଞ୍ଚ ପକ୍ଷରୁ  ନିମ୍ନ   ଲିଖିତ ପ୍ରସ୍ତାବ ଗୁଡିକଦିଆଯାଇଛି । 

୧)  ସମଗ୍ର ରାଜ୍ୟର ଭୌଗଳିକ ସ୍ଥିତି  ପରମ୍ପରା, କଳା, ସାହିତ୍ୟ, ସଂସ୍କୃତି, ଐତିହ, ବରପୁତ୍ର ଙ୍କ ବିଷୟରେ ଉଲ୍ଲେଖ ଥିବା ଏକ ନୂତନ  ଗୀତକୁ  ସରକାର ରାଜ୍ୟ ସଂଗୀତ  ଭାବେ ଗ୍ରହଣ କରନ୍ତୁ ।  

୨) ଯଦି ଉତ୍କଳ  ଜନନୀ  ଗୀତ କୁ ସମଗ୍ର ରାଜ୍ୟବାସୀ ଗ୍ରହଣ କରନ୍ତୁ ବୋଲି  ସରକାର  ଚାହୁଁଛନ୍ତି  ତାହେଲେ ପ୍ରଥମେ ଏହି ଗୀତରୁ ଉତ୍କଳ ଶବ୍ଦ କୁ ପରିବର୍ତ୍ତନ କରି ଓଡିଶା ଶବ୍ଦ ବ୍ୟବହାର କରାଯାଉ ।

୩)  ସମଗ୍ର ରାଜ୍ୟ କୁ ସମାନ ଭାବରେ ବିବେଚନା କରି ରାଜ୍ୟ ର ସାମଗ୍ରିକ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ।

୪) ପଶ୍ଚିମାଞ୍ଚଳ ବାସୀଙ୍କ ଭାଷା ସମ୍ବଲପୁରୀକୁ ସାମ୍ବିଧାନିକ ସ୍ବୀକୃତି ପାଇଁ  କେନ୍ଦ୍ର କୁ ପଠାଇ ସାରିଥିବାରୁ ନିଜର ଦାୟିତ୍ବ ବହନ କରି ସମ୍ବଲପୁରୀ ଭାଷାକୁ ରାଜ୍ୟ ର ଦ୍ବିତୀୟ ସରକାରୀ  ଭାଷା ଭାବେ ମାନ୍ୟତା ଦେଇ ଓଡିଶା  ଗଠନରେ ପଶ୍ଚିମାଞ୍ଚଳ ବାସୀଙ୍କ ଅବଦାନ କୁ ସମ୍ମାନ  ଦିଅନ୍ତୁ ।  ସରକାର ବାଧ୍ୟ କରି ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତ ର ମର୍ଯ୍ୟାଦା ହାନି ହୋଇ ରାଜ୍ୟର  ଏକତା ନଷ୍ଟ  ହେବ । ଯଦି ରାଜ୍ୟ ସରକାର ପ୍ରକୃତରେ ଓଡିଶାର ଏକତା  ଅଖଣ୍ଡତାକୁ  ବଜାୟ  ରଖି ସାମଗ୍ରୀକ ବିକାଶ  ଚାହୁଁଛନ୍ତି ତେବେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ କରାଯାଇଥିବା ଉପରୋକ୍ତ ଦାବି  ଗୁଡିକ  ବିଚାର କରି ଯଥାଶୀଘ୍ର  ପଦକ୍ଷେପ  ନେବାକୁ  ଦାବି କରିଛନ୍ତି ।

ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ନେତୃତ୍ୱରେ ପଙ୍କଜିନି ମେହେର, କାନ୍ତି ମେହେର, ଅନ୍ନପୂର୍ଣ୍ଣା ବାରିକ, ଆଭାସ ପଣ୍ଡା, ଦେବାଶିଷ ବେହେରା, ରାଜେଶ ବେହେରା, ଅଭିଷେକ ମହାରଣା, ଆତିଶ ରତ୍ନ ବୋହିଦାର, ଲମ୍ବୋଦର ବଢ଼େଇ, ଅଭିଷେକ କୁମାର ଜଗଦଲା, ବିପ୍ଳବ ଦନସେନା ପ୍ରମୁଖ ସାମିଲ ଥିଲେ ।

ସେହିପରି ବିଶେଷ କରି ପଶ୍ଚିମାଞ୍ଚଳ ର ବିଭିନ୍ନ ସାଂସ୍କୃତିକ, ସାମାଜିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ବ୍ୟକ୍ତି  ବିଶେଷ ଏହାକୁ ବିରୋଧ କରିଛନ୍ତି । ଏହି ନିଷ୍ପତ୍ତି କୁ ବିରୋଧ କରି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ର ବିରୋଧାତ୍ମକ କାର୍ଯ୍ୟକ୍ରମ ହୋଇଯାଇଛି ।  ସମ୍ବଲପୁର ସହର ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବରେ ଆଜି ସନ୍ଧ୍ୟାରେ ଗୋଲବଜାର ଛକ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଉପସ୍ଥିତ ଆନ୍ଦୋଳନକାରୀ ମନେ ସରକାର ବିରୋଧ ରେ ଓ ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତ ର ମାନ୍ୟତା କୁ ବିରୋଧ କରି ସ୍ଲୋଗାନ ଦେଇଥିଲେ ।

      ଅନୁଷ୍ଠିତ  କାର୍ଯ୍ୟକ୍ରମ ରେ ସମୀର ରଞ୍ଜନ ବାବୁ, ସପନ ମିଶ୍ର, ଗୋଲକ ବିହାରୀ ମିଶ୍ର, ଅନିଲ ବେହେରା, ମାନସ ରଞ୍ଜନ ବକ୍ସି, ଅମରେଶ ବେହେରା, ପ୍ରଭୁଦତ୍ତ ପଣ୍ଡା,  ସ୍ନେହଳତା କୁମାରୀ ଦେବୀ, କାନ୍ତି ମେହେର, ସନ୍ତୋଷ କୁମାର ବଢ଼େଇ, ମୋହନ ଦାଶ, ଅରୁନ କୁମାର ଦାସ, ଅବିନାଶ ଟିଆଡି, ମିଲନ ମହାରଣା, ସତ୍ୟନାରାୟଣ ତିବାରି ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault