ହେଡଲାଇନସ୍:

"ମୋ ସରକାର"ଙ୍କ ଦାରିଦ୍ର୍ୟ ସୀମାରେଖା ମାନଦଣ୍ଡ ସ୍ଵାଧୀନଙ୍କ ପରିବାର ପାଇଁ ଅବୁଝା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୋଗ୍ୟତା ଥାଇ ବି ହିତାଧିକାରୀ ପାଉଛନ୍ତି କେଉଁ ଭୁଲର ସଜା !

ସରପଞ୍ଚ ଓ ବିଡିଓଙ୍କୁ ଜଣାଇଲା ପରେ ବି ସ୍ଵାଧୀନକୁ ମିଳିଲାନି ଘର 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :  ସରକାର ଗରୀବ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯାହାର ରହିବା ପାଇଁ ବାସଗୃହ ନାହିଁ ସେମାନଙ୍କ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କାଘର ଯୋଜନାରେ ଘର ଯୋଗାଇ ଦେଉଛନ୍ତି । ଏଥିପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ଏହି ଯୋଜନାର ଫାଇଦା ପାଇ ପାରୁନାହାନ୍ତି । କିଛି କୁଜୀନେତାଙ୍କ ପ୍ରଲୋଭନରେ ସରକାରୀବାବୁମାନେ ଧନୀ ଲୋକମାନଙ୍କ ଠାରୁ ମୋଟା ଅଙ୍କର ଫାଇଦା ପାଇ ଆବାସ ଘର ଦେଉଥିବା ଆମ ନଜିର ରହିଛି । ସଠିକ୍ ସର୍ଭେ ହେଉ ନ ଥିବାରୁ ଯୋଗ୍ୟ ହିତାଧିକାରୀ ଏଇ ସବୁ ଯୋଜନାର ସୁଫଳ ପାଇ ପାରୁନାହାନ୍ତି । ଏପରିକି ଗୋଟିଏ ଘରୁ ଦୁଇ ଦୁଇଟି ଘର ହାତେଇବାର ମଧ୍ୟ ନଜିର ରହିଛି ।  ଯାହାକି ଅନୁସନ୍ଧାନ କଲେ ସମସ୍ତ ତଥ୍ୟ ମିଳିପାରିବ ।

    ସରକାରଙ୍କ ଏଇ ଆବାସ ଯୋଜନାରେ ଫାଇଦା ନ ପାଇ ଝାଟି ମାଟିର ନଡା  ଛପର ଘର ତଳେ ଦୀର୍ଘ ବର୍ଷ ହେଲା  ଜୀବନ ବିତାଉଛନ୍ତି ରେଢାଖୋଲ ବ୍ଲକ କୁକୁଡାବାହାଳି ପଞ୍ଚାୟତ, ବଡ କଷିବାହାଲ ଗ୍ରାମର  ସ୍ଵାଧୀନ  ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ରୀତା ପ୍ରଧାନ |  ତାଙ୍କ ଗୋଟିଏ ପୁଅ , ଗୋଟିଏ ଝିଅ  । ତାଙ୍କୁ କେବଳ ଜବ କାର୍ଡ ଏବଂ  ରାସନ୍ କାର୍ଡ ମିଳିଛି । ଅସହାୟ ଅବସ୍ଥାରେ ସ୍ଵାଧୀନଙ୍କ ପରିବାର ଜୀବନ ବିତୁଛି । ମୂଲ ମଜୁରୀ କରି ପେଟ ପୋଷନ୍ତି ସେ ତାଙ୍କ ଘର  ମରାମତି ପାଇଁ ଆବଶ୍ୟକ ସମ୍ବଳ ଅଭାବରୁ ବର୍ଷା ଦିନରେ ଘର ଭିତରେ ପାଣି ପଶିଯାଉଛି । ସରକାରୀ ସହାୟତା ପାଇଁ ଦାରିଦ୍ର୍ୟ ସୀମାରେଖାର ମାନଦଣ୍ଡ ସ୍ଵାଧୀନ ପରିବାରଙ୍କ  ପାଇଁ ଅବୁଝା ହୋଇରହିଛି । ସ୍ଥାନୀୟ ସରପଞ୍ଚ , ରେଢାଖୋଲ ବିଡିଓ  ଙ୍କୁ ଏ ସଂପର୍କରେ ବହୁତ ଥର ସ୍ଵାଧୀନ  ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ହଁ ହଁ ରେ ହଜିଯାଇଛି ସ୍ଵାଧୀନ  ଙ୍କ ପରିବାର ର  ଭାଗ୍ୟ ।ତେବେ ଏହି ପରିବାର ସମସ୍ୟା ନେଇ ସେ ନିଜେ ବିଡିଓଙ୍କୁ ବାରୁମ୍ବାର ଜଣାଇ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ ଓ   ସରକାରୀ ସହାୟତା ତାଙ୍କ ପାଇଁ ଅପହଞ୍ଚ  ହୋଇ ରହିଛି । ଭଙ୍ଗାଘର ଓ ଝାଟି ମାଟିର ନାଡା  ଛପର ଘର ତଳେ ଜୀବନ ବିତାଉଥିବା  ଏକ ବେସାହାରା ପରିବାର ପାଇଁ ସରକାରୀ ସହାୟତା ଉପହାସ ସଦୃଶ ହୋଇଛି । ପୀଡିତ ପରିବାରକୁ ବିଭାଗୀୟ ଉଚ୍ଚ କତୃପକ୍ଷ ଘଟଣାର ତଦନ୍ତ ପାଇଁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

0
0
0
s2sdefault