ହେଡଲାଇନସ୍:

ଆଶ୍ବସ୍ତିକର ଅନୁପାତ : ଆକ୍ରାନ୍ତ ୨୯୯୪କୁ ସୁସ୍ଥ ହେଲେଣି ୧୯୯୩

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଆଜି ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ 

ଭୁବନେଶ୍ୱର :  ଆଜି ସକାଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ପାଖାପାଖି ପହଂଚିଥିବା ବେଳେ ଏହି ରୋଗରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା  ପାଖପାଖୀ ୨୦୦୦ ଛୁଇଁବ ଛୁଇଁବ ହେଉଛି  ଆଜି ସୁସ୍ଥ ହୋଇଥିବା ୯୯ ଜଣଙ୍କୁ ମିଶାଇ | ଗୋଟେ ସମୟରେ ଆକ୍ରାନ୍ତ ଓ ସୁସ୍ଥଙ୍କ ମଧ୍ୟରେ ଆକାଶ ପାତାଳ ବ୍ୟବଧାନ ରହି ଆସୁଥିବା ବେଳେ  ଏବେ କରୋନା ଲଢେଇ ପାଖାପାଖି ୩ : ୨ରେ ଚାଲିଛି | ଏହିସ୍ଥିତିରେ ପହଂଚିବା ପାଇଁ ଯେଉଁମାନଙ୍କ ବଳିଷ୍ଠ ଉଦ୍ୟମ ରହିଛି ସେହି କରୋନା ଯୋଦ୍ଧାମାନଙ୍କୁ ଆମ ତରଫରୁ କୃତଜ୍ଞତା |

ଆଜି ୯୯ ଜଣ ସୁସ୍ଥ ହେବା ପରେ କରୋନାରୁ  ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୯୯୩ରେ ପହଂଚିଛି | ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସକାଳର ୧୩୮ ଜଣଙ୍କୁ ମିଶାଇ  ୨୯୯୪ ରେ ପହଁଚିଥିବା ବେଳେ ୯୯ ସୁସ୍ଥ ହେଵା ପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯୦କୁ ଖସି  ଆସିଛି | 

ଆଜି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଯାଜପୁରରୁ ୧୬ ଜଣ, ଖୋର୍ଦ୍ଧାରୁ ୧୩ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, ଗଂଜାମରୁ ୯ ଜଣ, ଦେବଗଡରୁ ୮ଜଣ, କଟକରୁ ଓ ଜଗତସିଂହପୁରରୁ ୭ଜଣ ଲେଖାଏଁ, ବାଲେଶ୍ୱର,ବରଗଡ, ବଲାଙ୍ଗୀରରୁ ୬ ଜଣ ଲେଖାଏ, କେନ୍ଦୁଝରରୁ ୪ ଜଣ, ନୟାଗଡରୁ ୩ଜଣ, କୋରାପୁଟ, ସମ୍ବଲପୁର ଓ  ସୁନ୍ଦରଗଡରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି |

 

 

0
0
0
s2sdefault