ହେଡଲାଇନସ୍:

ସମ୍ବଲପୁର ରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ୧୭ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର  (ରମାକାନ୍ତ ବିଶ୍ବାଳ ) : ଆଜି ସମ୍ବଲପୁର ରେ ପୁଣି ଜଣେ  କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ଜଣକ ମାନେଶ୍ଵର ବ୍ଲକ  ଅଂଚଳର ୨୪ ବର୍ଷ ବୟସ ଜଣେ ଯୁବତୀ  ଏବଂ ସେ ବ୍ଲକ ର ତବଲା ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଣାପଡିଛି l ସେ ଗତ ୩  ତାରିଖ କୋଲକାତା  ରୁ ଫେରି ଥିଲେ l କରୋନା ପଜିଟିଭ ଚି଼ହ୍ନଟ ପରେ ଯୁବତୀ ଜଣଙ୍କୁ କୋଭିଡ ଡାକ୍ତରଖାନା କୁ ଆଜି  ପଠାଇ ଦିଆଯାଇଛି l  ତେବେ ଯୁବତୀ ଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ  ୧୬ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏବେ ଏହା ୧୭ ରେ ପହଁଚିଛି l ସେମାନଙ୍କ ମଧ୍ୟରେ ୧୩  ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି l

0
0
0
s2sdefault