ହେଡଲାଇନସ୍:

ଆଜି ପୁଣି ୧୩୮ ନୂଆ କୋବିଦ ପଜିଟିଭ : ୩୦୦୦ ପାଖାପାଖି ଆକ୍ରାନ୍ତଙ୍କ ସଂଖ୍ୟା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଆଜି ପୁଣି ୧୩୮ ନୂଆ କୋବିଦ ପଜିଟିଭ ଚିହ୍ନଟ ହୋଇଛନ୍ତି | ୩୦୦୦ ପାଖାପାଖି ପହଁଚିଥିବା ଆକ୍ରାନ୍ତଙ୍କ ସଂଖ୍ୟା  ୨୯୯୪ରେ  ପହଂଚିଛି | ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୯୪ ଜଣ ସୁସ୍ଥ ହୋଇଥିବା ବେଳେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ସକ୍ରିୟଙ୍କ ସଂଖ୍ୟା ୧୦୮୯ରେ ପହଂଚିଛି |  ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଅଂଚଳରୁ | 

ସେମାନଙ୍କ ମଧ୍ୟରେ ଗଂଜାମ  ୩୩, କଟକ ୧୫,  ଖୋର୍ଦ୍ଧା ରୁ ୧୩, ସୁନ୍ଦରଗଡ ୧୨,  ଭଦ୍ରକରୁ ୧୧ ଜଣ , କେନ୍ଦୁଝର ଓ  କନ୍ଧମାଳରୁ ୧୦ ଜଣ ଲେଖାଏଁ,  ପୁରୀରୁ  ୭ ଜଣ,  ଯାଜପୁରରୁ ଓ ମୟୁରଭଞ୍ଜରୁ  ୬ ଜଣ ଲେଖାଏଁ , ନୂଆପଡା, ନୟାଗଡ ଓ ଢେଙ୍କାନାଳରୁ ୩ ଜଣ ଲେଖାଏଁ ,  କଳାହାଣ୍ଡି ୨,  ସମ୍ବଲପୁର, ବଲାଙ୍ଗୀର,  ରାୟଗଡା, କେନ୍ଦ୍ରାପଡାରୁ ଜଣେ ଲେଖାଏ ସାମିଲ |

0
0
0
s2sdefault