ହେଡଲାଇନସ୍:

କରୋନା ଟାଇମରେ ବି ପ୍ରକୃତିଛଡ଼ା କାମ ....ବିଚିତ୍ର ମାନସିକତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଧନୁପାଲି ଥାନା ଭତରା ମଠପାଲିରେ ସେକ୍ସ ରାକେଟ ଠାବ । ରାଣୀ ମହୁମାଛି ସହ ୫ ଯୁବକ ଗିରଫ ।

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ବର୍ତ୍ତମାନ କରୋନା ଚାରିଆଡେ ଆତଙ୍କ ସୃଷ୍ଟି କରିଥିବା ବେଳେ ସାମାଜିକ ଦୂରତ୍ୱ ଉପରେ ସମସ୍ତେ ଧ୍ୟାନ ଦେଉଥିବା ବେଳେ କିଛି ଲୋକଙ୍କ ପାଇଁ ତାହା କିଛି ମାଇନେ ରଖିନି | ଆଉ ଲାଗିପଡିଛନ୍ତି ପ୍ରକୃତିଛଡ଼ା କାମରେ |ସମ୍ବଲପୁର ମହାନାଗର ନିଗମ ଧନୁପାଲି ଥାନା ଅନ୍ତର୍ଗତ ଭତରା ମଠପାଲିରେ ସେକ୍ସ ରାକେଟ ଠାବ ହୋଇଛି। ଏହି ଘରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ ଯୁବକ ଓ ଘର ମାଲିକାଣୀଙ୍କୁ ଗିରଫ କରାଯାଇଛି।ଏଠାରେ ଦୀର୍ଘ ୧ ବର୍ଷ ହେବ ସେକ୍ସ ରାକେଟ ଚାଲିଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ଏହି ରାକେଟର ରାଣୀ ମହୁମାଛି ଓ ୫ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଏହି ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ ଚାଲିଥିବା ସମୟରେ ଘଟଣାସ୍ଥଳରୁ ରାକେଟର ରାଣୀ ମହୁମାଛି ଓ ୫ ଜଣ ଯୁବକଙ୍କୁ ଗିରଫ କରିଛି। ସେପଟେ, ଘଟଣାସ୍ଥଳରୁ ପୁଲିସ୍‌ ବାହାର ଜିଲ୍ଲାର ୩ ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି। ଏଥି ସହିତ ପୁଲିସ ଉକ୍ତ ଘର ଭିତରୁ ବିପୁଳ ପରିମାଣର ଯୌନ ଉତ୍ତେଜକ ସାମଗ୍ରୀ ଜବତ କରିଛି। ଏସମ୍ପର୍କରେ ଧନୁପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଉଦ୍ଧାର ହୋଇଥିବା ୩ ଯୁବତୀଙ୍କ ବୟସ ୨୦, ୨୨ ବର୍ଷ ହେବ ଓ ସେମାନେ ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ଯୁବକମାନେ ସମସ୍ତେ ସମ୍ବଲପୁରର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ୩ଟି ବାଇକ୍‌, ୨ଟି ସ୍କୁଟି ଓ ୪ଟି ମୋବାଇଲକୁ ମଧ୍ୟ ପୁଲିସ୍‌ ଜବତ କରିଛି।

0
0
0
s2sdefault