ହେଡଲାଇନସ୍:

ବିନା ଇଞ୍ଜିନିରେ ଗଡିଲା ଟ୍ରେନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, ଝାରସୁଗୁଡା,(ରମାକାନ୍ତ ବିଶ୍ବାଳ ): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଲଜକୁରା କୋଲ ସାଇଡିଙ୍ଗରେ ବିନା ଇଞ୍ଜିନରେ ମାଲବାହୀ ଟ୍ରେନ୍ ପ୍ରାୟ ୧ କିଲୋମିଟର ଯିବାପରେ ଓଲଟି ପଡିଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ,  ରବିବାର ଭୋର ପ୍ରାୟ  ୪ଟାରେ କୋଇଲା ବୋଝେଇ ହୋଇ ରହିଥିବା ୬୦ଟି ବଗି ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍ ଆପେ ଆପେ ଗଡିଯାଇଥିଲା । ଲଜକୁରା କୋଲ ସାଇଡିଂରୁ ଟ୍ରେନ୍ ଯାଇ ଇବ୍ ପିଟ୍ ନିକଟରେ ଓଲଟିପଡିଥିଲା । ଫଳରେ ଟ୍ରାକରୁ ୪ଟି ବଗି ତଳକୁ ଖସି ଯାଇଥିଲା ।  ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହେବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୋଇଲା ପରିବହନରେ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ଏହି ଦୁର୍ଘଟଣା ଯୋଗୁଁ ଏମସିଏଲର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଥିବା ବେଳେ ଟ୍ରେନ ଓ କୋଇଲା ଉଦ୍ଧାର କାର୍ଯ୍ୟ ଜାରି ରହିଛି l

0
0
0
s2sdefault