କସ୍ତୁରବା ଗାନ୍ଧୀ ମାତୃନିକେତନରେ ସବୁ ଅଭିଯୋଗର ତଦନ୍ତ କଲେ ଜିଲ୍ଲାସ୍ତରୀୟ ଅଧିକାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଦିନଥିଲା ସମଗ୍ର ପଶ୍ଚିମ ଓଡିଶାରେ କସ୍ତୁରବା ଗାନ୍ଧୀ ମାତୃନିକେତନ ନିଜର ନିଃସ୍ୱାର୍ଥପର ସେବା ପାଇଁ ବେଶ ସୁନାମ ଅର୍ଜନ କରିଥିଲା । ମହାନ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି ( ବଡମାଁ ) ଙ୍କର ଦ୍ୱାରା ସ୍ଥାପନ କରାଯାଥିବା ଏହି ଅନୁଷ୍ଠାନ ଗତ କିଛି ବର୍ଷ ହେଲା କ୍ରମାଗତ ଭାବରେ ବିବାଦ ଘେରର ରହି ଆସୁଛି । କେତେବେଳେ ଛୁଆ ମାନଙ୍କର ପାଇଁ ଖର୍ଚ୍ଚ ହେବାକୁ ଆସିଥିବା ସରକାରୀ ଅର୍ଥର ହରିଲୁଟ ତ କେତେବେଳେ ଆଶ୍ରମର ଅବ୍ୟବସ୍ଥା ତ କେତେବେଳେ ନାବାଳିକା ଙ୍କର ଗର୍ଭଧାରଣ ତ କେତେବେଳେ ଛୁଆ ମାନଙ୍କୁ ନିର୍ମମ ଭାବରେ ମାଡ଼ ଘଟଣା । 

  ଆଜି ବରଗଡ଼ ଜିଲ୍ଲାପାଳ ଙ୍କର ନିର୍ଦେଶ କ୍ରମେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ବରଗଡ CWC ଅଧ୍ୟକ୍ଷ ଓ ତାଙ୍କର କମିଟି ସଭ୍ୟମାନେ , DCPU ବରଗଡ , DSWO ବରଗଡ , ଏକ ମିଳିତ ଟିମ କରି ମାତୃନିକେତନକୁ ପହଂଛି ବିଭିନ୍ନ ବିଷୟରେ ତଦନ୍ତ କରିଥିଲେ । ଏହି ଟିମରେ ଥିବା ସମସ୍ତ ଅଧିକାରୀ ଖୁବ ଶୀଘ୍ର ଏକ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କଲାପରେ ଦୋଷୀ ମାନଙ୍କର ବିରୋଧରେ କାର୍ଯନୁୁଷ୍ଠାନ ନିଶ୍ଚିତ ଭାବରେ ଗ୍ରହଣ କରାଯିବ ବୋଲି DCPU ବରଗଡ ଆମକୁ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛିଦିନ ତଳେ ମାତୃନିକେତନର ତିଳକ ମାଝି ନାମକ ଜଣେ ବ୍ୟକ୍ତି 2ଜଣ ଶିଶୁଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିଲା । ଅଭିଯୋଗ ହେବାପରେ ଅଧିକାରୀ ମାନେ ଘଟଣାସ୍ଥଳରେ ତଦନ୍ତ ମଧ୍ୟ କରିଥିଲେ । ଆମେ ପୂର୍ବରୁ ମଧ୍ୟ ଲେଖିଥିଲୁ ଯେ ଏଜି ଘଟଣା ରେ ଅନୁଷ୍ଠାନ ର ଅଧ୍ୟକ୍ଷ ଙ୍କର ପ୍ରତକ୍ଷ ସମ୍ପୃକ୍ତି ରହିଛି । କାରଣ ଯେଉଁ ଭଳି ସେ ତାଙ୍କର ବୟାନ ବାରମ୍ବାର ବଦଳୁଥିଲେ ଓ ବାରମ୍ବାର ମିଛ କଥା କହୁଥିଲେ ସେଥିରୁ ଆମର ସନ୍ଦେହ ଦୃଢ଼ୀଭୂତ ହେଇଥିଲା । ଏହି ତଦନ୍ତ ପରେ ପ୍ରଶାସନ କି ପ୍ରକାର କାର୍ଯନୁଷ୍ଠାନ ନେବ ଦେଖିବାକୁ ବକିରହିଲା । କାରଣ ଛୁଆ ମାନବକୁ ନିର୍ମମ ଭାବରେ ମାଡ଼ ମାରିଥିବା ତିଳକ ଏବେବି ଅନୁଷ୍ଠାନ ଭିତରେ ରହୁଛି । ଏହା ସହିତ ବହୁଦିନ ହେଲା ଅନୁଷ୍ଠାନର ବିଭିନ୍ନ ସ୍ଥାନରେ ଲାଗିଥିବା CC TV କେମେରା ଗୁଡିକୁ ଜାଣି ଶୁଣି ଲୁଚେଇ ଦିଅ ଯାଇଛି । କାରଣ cctv କେମେର ଲାଗିଥିଲେ ଆଶ୍ରମ ଭିତରେ କୋଣସି ଭୁଲ କାମ ହେଇ ପାରିବ ନାହିଁ । ଯଦି ସେଦିନ ସିସିଟିଭି କେମେର ଲାଗିଥାନ୍ତା ତେବେ ବୋଧ ହୁଏ ଅନେକ କଥା ପଦାକୁ ଆସି ପାରନ୍ତା । ଏଣୁ CWC ଅଧ୍ୟକ୍ଷ, DCPU ବରଗଡ , ଜିଲ୍ଲାପାଳ ବରଗଡ଼ ତଥା SP ବରଗଡ଼ ଙ୍କୁ ଏହି ସମ୍ବେଦନଶୀଳ ମାମଲାକୁ ବିଚାର କରି ତଥା ଛୁଆ ମାନଙ୍କର ସୁରଖକୁ ପ୍ରାଧାନ୍ୟ ଦେଇ ତୁରନ୍ତ ସିସିଟିଭି ଜେମେରା ସବୁ କାର୍ଯଖ୍ୟମ କରିବାଜୁ ସ୍ଥାନୀୟ ସଚେତନ ନାଗରିକ ମନେ ଅନୁରୋଧ କରିଛନ୍ତି ।

0
0
0
s2sdefault