ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧିମାନଙ୍କୁ ନେଇ ୱେବିନାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ପରିଚୟ ଫାଉଣ୍ଡେସନ ଓ ଜୟ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ ଏକ ୱେବିନାର ସଂଗଠିତ ହୋଇସାରିଛି। ଏଥିରେ ଭୁବନେଶ୍ଵରର ପ୍ରାୟ ୧୦୦ ଟି ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା " ଲିଭିଂ ୱିଥ କୋଭିଡ୍-୧୯: ସର୍ଭାଇବଲ୍ ୱିଥ କୋଲାବରେସନ୍"।  ଏଥିରେ ଯୋଗ ଦେଇଥିବା ପ୍ୟାନେଲିଷ୍ଟ୍ ମାନେ ହେଲେ , ଜୟ ଓଡିଶାର ସଭାପତି  ରୁଦ୍ର ନାରାୟଣ ସାମନ୍ତରାୟ,ପରିଚୟ ଫାଉଣ୍ଡେସନ ର ସଭାପତି  ରୋଜାଲିନ ପାଟ୍ଟଶାଣୀ ମିଶ୍ର, ଆର୍ଯ୍ୟଭଟ୍ଟ ଟ୍ରଷ୍ଟ ର ସଭାପତି  ଚିଦାତ୍ମିକା ଖଟୁଆ, କର୍ମ ଫାଉଣ୍ଡେସନ ସଭାପତି  ଧ୍ୱନି ଜେନ୍, ରେଜ୍ ଫାଉଣ୍ଡେସନ ସଭାପତି ଶ୍ରୀମତି ରଶ୍ମି ସାହୁ, ଯୁବ ଉତ୍କଳ ଫାଉଣ୍ଡେସନ ସଭାପତି  ଦେବାଶିଷ ଜେନା ଓ ସେବା ପ୍ରୟାସ ଫାଉଣ୍ଡେସନ ସଭାପତି  ଲିଙ୍କନ୍ ସୁବୁଦ୍ଧି। ପ୍ୟାନେଲିଷ୍ଟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରହିଥିଲା ଓ ଶେଷରେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, କୋରୋନା ଏକ ଦୀର୍ଘଦିନ ଧରି ଚାଲିବାକୁ ଥିବା ଯୁଦ୍ଧ ଅଟେ ଓ ଏହା ସହ ଆମେ ସମସ୍ତେ ମିଳିତ ଭାବେ ଲଢିଲେ ସଫଳତା ନିଶ୍ଚୟ ପାଇବା। ଏହି ୱେବିନାରଟି  ଆଙ୍କର୍  ଦିକ୍ସା ତିୱାରୀ ଙ୍କ ତତ୍ତ୍ୱାବଧାନରେ ସୁଚାରୁ ରୂପେ ପରିଚାଳିତ ହୋଇଥିଲା।

0
0
0
s2sdefault