ଅଗମ୍ୟ ଅଂଚଳରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅଭିଯାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ଉତ୍ତର ପୁର୍ବାଞ୍ଚଳର ରାଜ୍ୟମାନଙ୍କରୁ ସମସ୍ତ ବ୍ୟବସ୍ଥା କରି  ବିମାନରେ ଫେରାଇ ଆଣୁଛନ୍ତି ରାଜ୍ୟ ସରକାର 

 ଭୁବନେଶ୍ୱର (ଶାସକ ପ୍ରଶାସକ) : ସମଗ୍ର ଦେଶରେ କରୋନା ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲକ ଡାଉନ ପରିପ୍ରେକ୍ଷୀରେ ଦେଶର  ବିଭିନ୍ନ ସ୍ଥାନରେ ଫସି ରହିଥବା ଓଡିଆମାନଙ୍କୁ ନିରାପଦରେ ଓଡିଶା ଫେରାଇ ଆଣିବା ପାଇଁ ଏକ ଅଭିଯାନ ହାତକୁ ନେଇଛନ୍ତି | ରେଳ ଯାତାୟାତ ଅବା ସଡକ ପଥରେ ଯାତାୟାତ ସମ୍ଭବ ନଥିବା ଆଭ୍ୟନ୍ତରୀଣ ଅଂଚଳରେ ଫସି ରହିଥିବା ଲୋକଙ୍କୁ ଏୟାର ଲିଫଟିଙ୍ଗ ଦ୍ୱାରା ବି ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି |   

ଏହି ପରିପ୍ରେକ୍ଷୀରେ ମଣିପୁର, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ଆସାମରେ ଫସି ରହିଥିବା ୩୦୦ରୁ ଉର୍ଧ୍ଵ ଓଡ଼ିଆଙ୍କୁ ଓଡ଼ିଆ ମାନଙ୍କୁ ଏୟାର ଏସିଆର ବିମାନ ଦ୍ୱାରା ଭୁବନେଶ୍ୱର ଅଣାଯାଇଥିବା ବା ଅଣାଯାଉଥିବା ଜଣାପଡିଛି | ଆଜି ମଣିପୁରରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଆଣି ଏକ ବିମାନ ଆଜି ଦିନ ୨ଟା ୩୦ରେ ପହଂଚିଛି |   ମେଘାଳୟ, ଆସାମର ତୀନସୁକିଆ, ସୀଲଚର, ଦିମାପୁର, କାମରୂପ ଓ ଶିବସାଗର ଜିଲ୍ଲାରେ ଫସି ରହିଥିବା  ୧୩୮ ଜଣ ପ୍ରବାସୀ ଓଡ଼ିଆଙ୍କୁ  ଧରି ଆଉ ଏକ ବିମାନ ବିଳମ୍ବିତ ସନ୍ଧ୍ୟାରେ ୧୩୮ ଜଣ ଶ୍ରମିକଙ୍କୁ ନେଇ ଆସୁଥିବା ଜଣପଡିଛି |

ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଦାୟିତ୍ୱନ୍ୟସ୍ତ କରିଛନ୍ତି | ସେହି ଅଧିକାରୀମାନେ ସମ୍ପୃକ୍ତ ରାଜ୍ୟର ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ସମ୍ପୃକ୍ତ ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ | କୋଭିଡି-୧୯  ପ୍ରଟୋକଲ ଅନ୍ତର୍ଗତ ଆବଶ୍ୟକ ଫର୍ମାଲିଟି ପୁରଣ କରି ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇଆଣିବା ପାଇଁ ସବୁପ୍ରକାର ବନ୍ଦୋବସ୍ତ କରିଥିଲେ | ସେମାନଙ୍କୁ  ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ଆସାମର ଆଭ୍ୟନ୍ତରୀଣ ଅଂଚଳରୁ ନିକଟସ୍ଥ ବିମାନବନ୍ଦରକୁ ଆଣିବା ବ୍ୟବସ୍ଥା କରାଇଥିଲେ | ସେଠାରୁ ବିମାନ ଯୋଗେ ଅନେକଙ୍କୁ ଭୁବନେଶ୍ୱର ଫେରାଇ ଅଣାଯାଇଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ଅଣାଯିବା ବ୍ୟବସ୍ଥା କରାଯାଇଛି | ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଭିଯାନ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି | 

ଉତ୍ତର-ପୂର୍ଵ ଅଞ୍ଚଳର ମିଜୋରାମ, ମଣିପୁର, ମେଘାଳୟ ଆଦି ରାଜ୍ୟରୁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ବତନ୍ତ୍ର ବିମାନ ଯୋଗେ ଆସିଥିବା କେନ୍ଦ୍ରାପଡ଼ାର ଛାତ୍ରଛାତ୍ରୀ ଓ ପ୍ରବାସୀ ମାନଙ୍କୁ ସହ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସାଂସଦ ଅନୁଭବ ମହାନ୍ତି, ବିଧାୟକ ଶଶୀଭୂଷଣ ବେହେରା ଓ ବିଧାୟକ ଧ୍ରୁବ ସାହୁ
0
0
0
s2sdefault