ଆଜି "ଠ" ବୁଲେଇଦେଲା କରୋନା:  ଗୋଟିଏ ବାକିଥିଲା, ସେଠି ବି ବଇନି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଆଜି ପୁଣି ୧୪୩ ପଜିଟିଭ : ମୋଟ ପହଁଚିଲା ୨୩୮୮ରେ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ଠ ବୁଲେଇଦେଲା କରୋନା | ବାକିଥିଲା ଗୋଟେ ଜିଲ୍ଲା, ବହୁଦିନ ଧରି ଫାଙ୍କ ଥିଲା | ସେଠି ବି ବଇନି କରିଦେଲା | ଶେଷ ଜିଲ୍ଲା ଭାବେ ଆଜି ରାୟଗଡାରେ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ | ଆଜି ପୁଣି  କରୋନା  ପଜିଟିଭ ଚିହ୍ନଟ ହୋଇଛନ୍ତି  ୧୪୩ ଜଣ |  ମୋଟ ପଜିଟିଭ ସଂଖ୍ୟା ପହଁଚିଲା ୨୩୮୮ରେ | ସକ୍ରିୟ ଙ୍କ ସଂଖ୍ୟା ୧୦୫୪ ଓ ସୁସ୍ଥଙ୍କ ସଂଖ୍ୟା ୧୩୨୫ | 

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରେ ୩, ବାଲେଶ୍ୱରରେ ୨୪, ଭଦ୍ରକରେ ୩, ବଲାଙ୍ଗିରରେ ୧୩, ଦେବଗଡରେ ଜଣେ, ଗଜପତିରେ ୪, ଗଞ୍ଜାମରେ ୪୧, କଳାହାଣ୍ଡିରେ  ଜଣେ, କେନ୍ଦ୍ରାପଡ଼ାରେ ୯ଜଣ , ଖୋର୍ଦ୍ଧାରେ ୩, ମୟୂରଭଞ୍ଜ ରେ ୮, ନୂଆପଡାରେ ୮,  ନୂଆଜିଲ୍ଲାଭାବେ ରାୟଗଡାରେ ଜଣେ, ସମ୍ବଲପୁରରେ ୩, ସୁବର୍ଣ୍ଣପୁରରେ  ୧୭ ଓ ସୁନ୍ଦରଗଡ଼ରେ ୪ଜଣ ସାମିଲ ଅଛନ୍ତି |

 

0
0
0
s2sdefault