ଘଣ୍ଟା ଘଣ୍ଟା ଧରି ଆଘୋଷିତ ବିଦ୍ୟୁତ କାଟ : ଇଣ୍ଟରନେଟ ସଂଯୋଗ ବି ନାହିଁ ଲୋକ ଛଟପଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି / ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିବାସୀ ବହୁତ ଦିନ ଦେବ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି I ଘୁ.ଉଦୟଗିରି ଠାରେ ଘଣ୍ଟା ଘଣ୍ଟା ଧରି ଆଘୋଷିତ ବିଦ୍ୟୁତ କାଟ ହେଉଛି I  ଆଘୋଷିତ ବିଦ୍ୟୁତ କାଟ ହେଲେ BSNL ମୋବାଇଲ ସେବା ବନ୍ଦ ହେଉଛି I ଏହା ସହ ସହର ମଧ୍ୟରେ ବ୍ରଡବେଣ୍ଡ (ଇଣ୍ଟରନେଟ ସେବା ଯୋଗାଇ ଦେବା ପାଇଁ କେବୁଲ ନାହିଁ ) ବୋଲି ଅଞ୍ଚଳ ବାସୀଙ୍କୁ ବର୍ତ୍ତମାନ ଇଣ୍ଟରନେଟ ସଂଯୋଗ ଦେଉ ନାହାନ୍ତି ଟେଲିକମ କର୍ମଚାରୀ I ଅନ୍ୟ ପକ୍ଷରେ ଫାଇବର ଅପ୍ଟିକକୁ ବ୍ୟବସାୟୀଙ୍କ ହାତକୁ ଟେକି ଦେଇଛନ୍ତି ଟେଲିକମ କର୍ମଚାରୀ I ଘୁ. ଉଦୟଗିରି ଟେଲିକମ କାର୍ଯ୍ୟାଳୟକୁ ଫାଇବାର ଅପ୍ଟିକ ସଂଯୋଗ ପାଇଁ ଗଲେ ଟେଣ୍ଡେର ନେଇ ଥିବା ବ୍ୟବସାୟୀଙ୍କ ପାଖକୁ ସଂଯୋଗ  ସକାଶେ ଯିବା ପାଇଁ ଉପଭୋକ୍ତାଙ୍କୁ ଟେଲିକ କର୍ମଚାରୀ କହୁଥିବା ଇତ୍ୟାଦି ଅଞ୍ଚଳବାସୀ କହିଛନ୍ତି I ଘୁ.ଉଦୟଗିରି ଟେଲିକମ କର୍ମଚାରୀଙ୍କ ମାନମୁଖୀ କାର୍ଯ୍ୟ ବର୍ତ୍ତମାନ ଅଂଚଳ ବାସୀଙ୍କୁ ବହୁତ ହୋଇରାଣ କରୁଥିବା କହିଛନ୍ତି I ଯଦି ଘୁ.ଉଦୟଗିରିରେ ବ୍ୟବସାୟୀଙ୍କ ହାତକୁ ଫାଇବାର ଅପ୍ଟିକ ଟେକି ଦେବା ସରକାରୀ ଯୋଜନା ତାହା ହେଲେ ଏଗ୍ରୀମେଣ୍ଟକୁ ସର୍ବସାଧାରଣରେ ଜନସାଧରଣଙ୍କ ଅବଗତ ନିମନ୍ତେ ପ୍ରକାଶ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି I ସହର ମଧ୍ୟରେ କାହା ସ୍ୱାର୍ଥରେ ଇଣ୍ଟରନେଟ କେବୁଲ ବିଛା ଯାଉ ନାହିଁ ଜନସାଧରଙ୍କ ଆଵଶ୍ୟକତା ମୁତାବକ I ଘୁ.ଉଦୟଗିରି ହୁ ହୁ ହୋଇ ମୋବାଇଲ ଏବଂ ଇଣ୍ଟରନେଟ ଉପଭୋକ୍ତା ଦିନକୁ ଦିନ ବଢୁଛନ୍ତି I ହେଲେ ବଢୁନି ମୋବାଇଲ ଟାୱାର ସଂଖ୍ୟା ଏବଂ ବିଛା ଯାଉ ନାହିଁ ଇଣ୍ଟରନେଟ କେବୁଲ I ଟାୱାର ପର୍ଯ୍ୟପ୍ତ ପରିମାଣରେ ନିର୍ମାଣ କରାଯାଇ ନ ଥିବାରୁ ଅତି ନିମ୍ନ ମାନର ମୋବାଇଲ ସେବା ଯୋଗାଇ ଦିଆ ଯାଉଥିବା ଉପଭକ୍ତା ସୂଚନା ଦେଇଛନ୍ତି I ତେଣୁ ପ୍ରଶାସନ ଏଥି ପ୍ରତି ତୁରନ୍ତ ପଦକ୍ଷେପ ନେଇ ଅଞ୍ଚଳବାସିଙ୍କୁ ନିରଵଛିନ୍ନ ମୋବାଇଲ, ଇଣ୍ଟରନେଟ ଏବଂ ବିଦ୍ୟୁତ ସେବା ଯୋଗାଇବା ପାଇଁ ଜନସାଧରଣ ଦାବୀ କରିଛନ୍ତି |

0
0
0
s2sdefault