"ବନ୍ଦେ ଉତ୍କଳ ଜନନୀ"କୁ ସରକାରୀ ସ୍ବୀକୃତି ପାଇଁ ବିଶ୍ବ ଓଡ଼ିଆ ସମ୍ମିଳନୀର ମୁଖ୍ୟମନ୍ତ୍ରୀଙ୍କୁ ଚିଠି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଓଡ଼ିଶା ସମେତ ଦେଶବିଦେଶରେ ଗାନ କରାଯାଇଥିଲା ଉତ୍କଳ ସଂଗୀତ "ବନ୍ଦେ ଉତ୍କଳ ଜନନୀ"ର ସଫଳତା ପାଇଁ ଓଡ଼ିଶାର ଭାଷାଭିତ୍ତିକ  ଅନୁଷ୍ଠାନ ପକ୍ଷରୁ ସଭାପତି ଡକ୍ଟର ମୁରଲୀ ମନୋହର ଶର୍ମା , ସମ୍ପାଦକ  ବିଭୁପ୍ରସାଦ ନାୟକ ( ଧର୍ମଛଡା) ଏବଂ କାର୍ଯ୍ୟାଳୟ ସମ୍ପାଦକ ସୌମ୍ୟ ଶଂକର ରାଜ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି | ଏହାସହିତ  "ବନ୍ଦେ ଉତ୍କଳ ଜନନୀ" ସଂଗୀତକୁ ସରକାରୀ ସ୍ବୀକୃତି ଦେବା ଏବଂ ଏହି ସଂଗୀତକୁ "ଉତ୍କଳ ସଂଗୀତ" ନାମରେ ନାମିତ କରିବା ସହିତ ବିଦ୍ୟାଳୟରେ ଏହି ସଂଗୀତକୁ ପ୍ରାର୍ଥନା ସଭାରେ ନିୟମିତ ଗାୟନ କରିବାପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

 

0
0
0
s2sdefault