ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସଭାଗୃହରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ  ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଅନ୍ୟମାନଙ୍କ ଭିତରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ , ପାରଳାଖେମୁଣ୍ଡି  ବିଧାୟକ କେ ନାରାୟଣ ରାଓ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଚୌଧୁରୀ ଏବଂ ଉପ ଜିଲ୍ଲାପାଳ  ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ମଞ୍ଚାସୀନ କରିଥିବା ବେଳେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମନ୍ଵୟ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ  ସରୋଜ କୁମାର ବେହେରା,ସମସ୍ତ ତହସିଲଦାର, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ସମସ୍ତ ବିଭାଗ ଯଥା  ଗ୍ରାମ୍ୟ ଉନ୍ନୟନ, ଜଳ ସେଚନ, କ୍ଷୁଦ୍ର ଜଳ ସେଚନ, ରାସ୍ତା ଓ କୋଠା ବାଡ଼ି , ଜନସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ।

 ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଏଜେଣ୍ଡା କ୍ରମେ ଆଲୋଚନା ଆରମ୍ଭ କରିଥିଲେ।

ପ୍ରଥମେ ଜଳ ସେଚନ ବିଭାଗ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ବିଭିନ୍ନ ଘାଇ ଏବଂ ନଦୀତଟ ମାନଙ୍କର ମରାମତି କାମ ଆସନ୍ତା ୧୫ ତାରିଖ ପୂର୍ବରୁ ସରିବା ପାଇଁ ନିର୍ଦ୍ଦେଶ ଦେବା ସହ ଅସ୍ଥାୟୀ ହ୍ୟାଲିପେଡ୍ ପାଇଁ ଜାଗା ଚିହ୍ନଟ କରିବା ପାଇଁ କୁହାଯାଇ ଥିଲା। ଗଜପତି ଜିଲ୍ଲାକୁ ସରକାରୀ ବୋଟ୍ ର ଯୋଗାଣ ନଥିବା ରୁ ଘୋରଇ ବୋଟ୍ ମାଲିକଙ୍କ ର ସବିଶେଷ ବିବରଣୀ ସଂଗ୍ରହ କରିବା ସହ ସେମାନଙ୍କର ପଞ୍ଜି କରଣକୁ ସୁନିଶ୍ଚିତ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ପରବର୍ତ୍ତୀ ମୁହୂର୍ତ୍ତରେ ବିଦ୍ୟୁତ ଯୋଗାଣ କିପରି ନିରବଚ୍ଛିନ୍ନ ହେବ ସେଇଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପାରଳାଖେମୁଣ୍ଡି ବିଧାୟକ କେ . ନାରାୟଣ ରାଓ ମତ ରଖିବା ସହ ଏନ୍ ଏଫ୍ ଏସ୍ ଏସ୍ ଓ ଏସ୍ ଏଫ୍ ଏସ୍ ଏସ୍  (NFSS ଓ SFSS) ହିତାଧିକାରୀଙ୍କୁ ଡାଲି କିପରି ଯଥାଶୀଘ୍ର ବଣ୍ଟାଯିବା ଉପରେ ଗୁରୁତ୍ୱ ଦେଇଥିଲେ।

ପୁଣି ବଂଶଧାରା ନଦୀତଟରେ ଆବଶ୍ୟକ ଥିବା ଗାର୍ଡୱାଲର ନିର୍ମାଣ /ମରାମତି କାର୍ଯ୍ୟ ଯଥା ସମୟରେ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ସେହିପରି ମୋହନା ବିଧାୟକ ଦାଶରଥି ଗମାଙ୍ଗ 

ଏନ୍ ଏଫ୍ ଏସ୍ ଏସ୍ ଓ ଏସ୍ ଏଫ୍ ଏସ୍ ଏସ୍  (NFSS ଓ SFSS) ହିତାଧିକାରୀଙ୍କୁ ଚାଉଳ ଓ ଡାଲି ବାଣ୍ଟିବା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଭଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିବା ସହ ତାଙ୍କ ଅଞ୍ଚଳରେ ଥିବା ସମସ୍ତ ଜଳପ୍ରକଳ୍ପ ଗୁଡିକର ତଟକୁ ମରାମତି କରିବାକୁ ଅନୁରୋଧ କରିଥିଲେ। ପୁଣି ରାମଗିରି ଅଞ୍ଚଳରେ ଏକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଜଣାଇ ଥିଲେ। ବିପର୍ଯ୍ୟୟ ପୂର୍ବରୁ , ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟ ପରେ ଆବଶ୍ୟକୀୟ ପୋଲିସ କର୍ମୀଙ୍କୁ ଯୋଗାଇବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ପ୍ରତିଶ୍ରୁତି ଦେଇଥିଲେ।

ବର୍ଷା ଆସିବା ପୂର୍ବରୁ ସମସ୍ତ ନଳକୂପ ଏବଂ ପିଇବା ପାଣିର ଉତ୍ସ କୁ ଜୀବାଣୁ ମୁକ୍ତ କରିବା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ନିର୍ବାହୀଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ଷା ସମୟରେ ପାରଳାଖେମୁଣ୍ଡି ସହରକୁ ଲାଗି ରହିଥିବା ବିଭିନ୍ନ ନାଳ ମାନଙ୍କର ପାଣି ଆସି ସହରରେ ପଶି ଥାଏ ଏହାକୁ ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କ୍ଷୁଦ୍ର ଜଳ ସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏବଂ  ପାରଳା ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ଜିଲ୍ଲାରେ ଥିବା ଅପହଞ୍ଚ ଦୂରତାରେ ଥିବା ଗ୍ରାମରେ ଷ୍ଟୋରେଜ୍ ପଏଣ୍ଟ ଚିହ୍ନଟ କରିବାକୁ ଯୋଗାଣ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଥିଲା। ଶେଷରେ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault