ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାରେ ମୋଦିଙ୍କ ବୋଲବାଲା : ଲୋକପ୍ରିୟତା ୯୫ %ରୁ ଅଧିକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସାରାଦେଶରେ ୬୨ % କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟି ପ୍ରକାଶ 

ଅଣବିଜେପି ଶାସିତ ରାଜ୍ୟରେ ମୋଦିଙ୍କ ଲୋକପ୍ରିୟତା ଅଧିକ 

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଭାବେ ଓଡିଶାବାସୀଙ୍କ ବାସୀଙ୍କ ପାଇଁ ପ୍ରଥମ ପସନ୍ଦ ତଥା ଲୋକପ୍ରିୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |  ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଧାରାରେ ସର୍ବାଧିକ ଓଡ଼ିଆ ଲୋକ ସନ୍ତୁଷ୍ଟ | ଏହା ଜଣାପଡିଛି ଏକ ସର୍ଭେରୁ |ଅନୁସନ୍ଧାନ ସଂସ୍ଥା ସି ଭୋଟରଙ୍କ ଦ୍ୱାରା “ଷ୍ଟେଟ୍ ଅଫ୍ ଦି ନେସନ୍ ୨୦୨୦: ମେ’ କରାଯାଇଥିଲା। ଏହି ସର୍ଭେରେ  ଦେଶର ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ୩୦୦୦ ରୁ ଅଧିକ ଲୋକଙ୍କ ପ୍ରତିକ୍ରିୟାକୁ ସାମିଲ କରାଯାଇଥିଲା |  ଏହି ସର୍ବେକ୍ଷଣରୁ ସାରାଦେଶରେ ୬୫ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ  ସନ୍ତୁଷ୍ଟ ଥିବା ବେଳେ ଓଡ଼ିଶାରେ ମୋଦିଜୀଙ୍କ କାର୍ଯ୍ୟଶୈଳୀକୁ ପସନ୍ଦ କରିଛନ୍ତି ରେକର୍ଡ ପରିମାଣର  ୯୫.୬% | ଏହି ସର୍ବେକ୍ଷଣରୁ ଜଣାପଡିଛି ପ୍ରଧାନମନ୍ତ୍ରୀ ଭାବେ  ନରେନ୍ଦ୍ର ମୋଦି  ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସବୁଠୁ ଅଧିକ ଲୋକପ୍ରିୟ |  

ବର୍ତ୍ତମାନ ଦେଶ କରୋନା ଭୂତାଣୁ ସହ ଲଢେଇ କରୁଥିବାବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଏହି ସମୟରେ, ସରକାରଙ୍କ କାର୍ଯ୍ୟରେ ଲୋକମାନେ ଖୁସି ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା ସି ଭୋଟର ଦ୍ୱାରା |  କରାଯାଇଥିବା ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ୬୫.୬୯% ଥିବାବେଳେ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର  ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ଜଣାପଡିଛି |  ତାଙ୍କ ପ୍ରଦର୍ଶନ ପାଇଁ ଓଡିଶା ମୋଦୀଙ୍କୁ ୯୫.୬ ପଏଣ୍ଟ ଦେଇଛି, ତା’ପରେ ହିମାଚଳ ପ୍ରଦେଶ (୯୩.୯୫) ଏବଂ ଛତିଶଗଡ (୯୨.୭୩) ରହିଛି। ଆନ୍ଧ୍ର ପ୍ରଦେଶରେ ୮୩.୬%%, ଝାରଖଂଡରେ ୮୨.୯୭%, କର୍ଣ୍ଣାଟକରେ ୮୨.୫୬%, ଗୁଜୁରାଟରେ ୭୬.୪୨%, ଆସାମରେ ୭୪.୫୯%, ତେଲେଙ୍ଗାନାରେ ୭୧.୫୧%, ମହାରାଷ୍ଟ୍ରରେ ୭୧.୪୮%, ପଶ୍ଚିମବଙ୍ଗରେ ୬୪.୦୬%, ଉତ୍ତରପ୍ରଦେଶରେ ୬୦.୬୯%, ଦିଲ୍ଲୀରେ ୬୦.୩୫%, ବିହାରରେ ୫୮.୪୮%, ଉତ୍ତରାଖଣ୍ଡରେ ୫୩.୫୩%, ଗୋଆରେ ୫୨.୫୪%, ହରିୟାଣାରେ ୫୧.୨୫%, ଜାମ୍ମୁ କାଶ୍ମୀରରେ ୫୦.୨୩%, କେରଳରେ ୩୨.୮୯%ଓ ତାମିଲନାଡୁରେ ୩୨.୧୫ ଲୋକ ସନ୍ତୁଷ୍ଟ | 

ସାରାଦେଶରେ ସର୍ଭେ କରାଯାଇଥିବା ଲୋକଙ୍କ ମଧ୍ୟରୁ  ୫୮.୩୬% ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ସନ୍ତୁଷ୍ଟ ଥିବାବେଳେ  ୨୪.୦୪% କହିଛନ୍ତି ଯେ ସେମାନେ କିଛି ମାତ୍ରାରେ ସନ୍ତୁଷ୍ଟ ଅଛନ୍ତି ଏବଂ ଅବଶିଷ୍ଟ ୧୬.୭୧% ଆଦୌ ସନ୍ତୁଷ୍ଟ ନୁହଁନ୍ତି। ଏହି ସର୍ଭେରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ୨୩.୧୧% ଲୋକଙ୍କ ମଧ୍ୟରେ ଲୋକପ୍ରିୟ ଥିବାବେଳେ ମୋଦୀ ୬୫.୬୯% ଲୋକଙ୍କୁ ପସନ୍ଦ ଆସିଛନ୍ତି । ତିନୋଟି ରାଜ୍ୟରେ ମୋଦିଙ୍କ ଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ଆଗରେ | ସେଗୁଡିକ ହେଲା ଗୋଆ, କେରଳ ଓ ତାମିଲ୍ନାଡୁ | ଗୋଆରେ ୫୨.୪% ଲୋକ ରାହୁଲ ଗାନ୍ଧୀଙ୍କୁ ପସନ୍ଦ କରିଥିବା ବେଳେ ମୋଦିଙ୍କୁ ପସନ୍ଦ କରିଛନ୍ତି୪୧.୩% | ସେହିପରି କେରଳରେ ୪୬.୮୭% ଲୋକ ରାହୁଲ ଗାନ୍ଧୀଙ୍କୁ ପସନ୍ଦ କରିଥିବା ବେଳେ ମୋଦିଙ୍କୁ ପସନ୍ଦ କରିଛନ୍ତି୩୬.୪ % | ଆଉ ତାମିଲନାଡୁରେ  ୪୨.୭୬ % ଲୋକ ରାହୁଲ ଗାନ୍ଧୀଙ୍କୁ ପସନ୍ଦ କରିଥିବା ବେଳେ ମୋଦିଙ୍କୁ ପସନ୍ଦ କରିଛନ୍ତି୩୭.୬୪ % | 

ଏହି ସର୍ବେକ୍ଷଣ ଅନ୍ତର୍ଗତ ସାମିଲ ଲୋକଙ୍କ ମଧ୍ୟରୁ ୬୨ % କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି | ମୋଦି ନେତୃତ୍ୱାଧୀନ ଏନ୍ଡ଼ିଏ ସରକାରଙ୍କ କାର୍ଯ୍ୟକୁ ସବୁଠୁ ଅଧିକ ପସନ୍ଦ କରିବାରେ ପ୍ରଥମ ତିନୋଟି ରାଜ୍ୟ ମଧ୍ୟରେ ରହିଛନ୍ତି ହିମାଚଳ ପ୍ରଦେଶ (୯୭.୪୬%), ଓଡିଶା (୯୫.୭୩%) ଓ ଛତିଶଗଡ (୯୧.୪୨%) | 

 

0
0
0
s2sdefault