ହେଡଲାଇନସ୍:

ହାତୀ ଆକ୍ରମଣରେ ଚାଲିଗଲା ଆଉ ଜଣଙ୍କ ଜୀବନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡରେ ପୁଣି ହାତୀ ଆକ୍ରମଣ । ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ  ହେଉଛନ୍ତି ରେଢ଼ାଖୋଲ ଉପଖଣ୍ଡ ନାକ୍ଟିଦେଉଳ ଥାନା ହିତସରା ଗ୍ରାମର ପ୍ରମିଳା ଦେହୁରୀ । ସେ ଆଜି ଭୋରରୁ ୫ ଟାରେ ତାଙ୍କ କ୍ଷେତ କୁ କୌଣସି କାମରେ  ଯାଇଥିବାବେଳେ ହାତୀ ହାବୁଡରେ ପଡିଥିଲେ | ଫଳରେ ପୂର୍ବରୁ ସେଠାରେ ଥିବା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ତେବେ ହାତୀ ହାବୁଡରେ ପଡିଯାଇଥିବା ମହିଳା ସେଠାରୁ ଖସି ପାରିନଥିଲେ । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି ।କିଛି ଦିନ ପୂର୍ବରୁ ମଧ୍ୟ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ଅଞ୍ଚଳରେ ହାତୀ ରହୁଥିବା ସହ ଜନବସତି ମୁହାଁ ହେଉଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି । ବନ ବିଭାଗ ଏନେଇ ଉଚିତ୍ ପଦକ୍ଷେପ ନେବା ପାଇଁ ଅଞ୍ଚଳ ରେ ଦାବି ହେଉଛି ।

0
0
0
s2sdefault