ରାସନ୍ କାର୍ଡ ହିତାଧିକାରୀଙ୍କୁ ମିଳୁନି ଡାଲି!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ , ମୁରିବହାଲ୍ (ଗୌରବ ଦର୍ଜୀ):ଦେଶରେ ଲକ ଡାଉନ ସମୟରେ ଗରୀବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏପ୍ରିଲ , ମେ ଓ ଜୁନ ମାସ ପାଇଁ ଜିଲାର ସମସ୍ତ ରାସନ କାର୍ଡଧାରୀ ଗରିବ ପରିବାରଙ୍କୁ ୩କେଜି ଲେଖାଁଏ ହରଡ ଡାଲି ଦେବାକୁ ଘୋଷଣା କରିଥିଲେ। କିନ୍ତୁ ମୁରିବାହାଲ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ମୁରିବାହଲ ବ୍ଲକର ସମସ୍ତ ୨୮ ହଜାରରୁ ଉର୍ଦ୍ଧ୍ଵ ରାସନ କାର୍ଡଧାରୀଙ୍କୁ ମେ ମାସ ସୁଦ୍ଧା ହରଡ ଡାଲି ମିଳିନଥିବାର ଗୁରୁତର ଅଭିଯୋଗ ହୋଇଛି । ଏ ସଂପର୍କରେ ମୁରିବାହାଲ ବ୍ଲକର ରାସନକାର୍ଡ ହିତାଧୁକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବ୍ଲକର ରାସନକାର୍ଡ ହିତାଧୁକାରୀଙ୍କୁ ଡାଲି ମିଳିନଥିବା ସଂପର୍କରେ ମୁରିବାହାଲ ବ୍ଲକ ଯୋଗାଣ ନିରୀକ୍ଷକ ପଦ୍ମଲୋଚନ ମାଝିଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା ବ୍ଲକର ପତ୍ରପାଲି ( କ ) , ଗୋଇମୁଣ୍ଡ , ତେନ୍ତୁଳିଖୁଣ୍ଟି , ସିରୋଲ , ଇଚ୍ଛାପଡ଼ା , ବଡସାଇମରା , ଲେବଡା , ତୁପାଉଡାର , ବାଙ୍କେଲ , ଗଡଗଡବାହାଲ ଓ ହଳଦି ଭଳି ୧୧ଟି ପଞ୍ଚାୟତକୁ ହରଡ଼ ଡାଲି ପହଞ୍ଚି ସାରିଛି । କେତେକ ପଞ୍ଚାୟତ କାର୍ଡଧାରୀଙ୍କୁ ଡାଲି ବାଣ୍ଟି ସାରିଛନ୍ତି ଓ ଆଉ କେତେକ ପଞ୍ଚାୟତ ବଣ୍ଟା ଚାଲିଛି । ବ୍ଲକର ଅନ୍ୟ ୧୧ଟି ପଞ୍ଚାୟତ ପାଇଁ ଡାଲି ସମ୍ବଲପୁରରେ ଷ୍ଟକ୍ ନଥୁବା ଏବଂ ମହାରାଷ୍ଟ୍ରରୁ ଡାଲି ଆସିବାରେ ବିଲମ୍ବ ଯୋଗୁଁ ସମସ୍ତଙ୍କୁ ଦିଆଯାଇ ପାରିନଥିବା ଶ୍ରୀ ମାଝି ସ୍ବୀକାର କରିଛନ୍ତି । ଏହି ଗରିବ ଅନ୍ନ ଯୋଜନାରେ ବ୍ଲକର ସମସ୍ତ କାର୍ଡଧାରୀଙ୍କୁ କେବେ ଡାଲି ମିଳିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

0
0
0
s2sdefault