ହେଡଲାଇନସ୍:

କରୋନା ସକ୍ରିୟ ଓ ସୁସ୍ଥଙ୍କ ମଧ୍ୟରେ କମୁଛି ବ୍ୟବଧାନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

coronavirus cases in Odisha

 ଆଜି ଆଉ ୬୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର :  ଆଜି ଆଉ ୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୬୫ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଦୁଇଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥବା ଜଣାପଡିଛି | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ୨୬, ଯାଜପୁରରେ ୧୧, ଖୋରଧାରେ ୧୧, ନୟାଗଡରେ ୭ , ସୋନପୁରରେ ୪, ବଲାଙ୍ଗୀର, ଜଗତସିଂପୁର ଓ ସମ୍ବଲପୁରରେ ଦୁଇଜଣ ଲେଖାଏ ଓ କେନ୍ଦୁଝର ଏବଂ ବରଗଡରେ ଜଣେ ଲେଖାଏ ଚିହ୍ନଟ ହୋଇଥବା ଜଣାପଡିଛି |ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ରେ ପହଁଚିଥିବା ବେଳେ ମୃତକଙ୍କ ସଂଖ୍ୟା ରହିଛି ୭ | ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତ ଓ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟରେ ବ୍ୟବଧାନ ବହୁତ ହ୍ରାସ ପାଇଛି | ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୪୧ ଥିବା ବେଲେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮୧୨ରେ ପହଂଚିଛି | ମୋଟ ଆକ୍ରାନ୍ତ ତୁଳନାରେ ସୁସ୍ଥ ହୋଇଥିବା ଲୋକଙ୍କ ପ୍ରତିଶତ ମଧ୍ୟ ବୃଦ୍ଧି ପାଇଛି | ଆକ୍ରାନ୍ତ ୧୬୬୦ ଥିବା ବେଳେ ସୁସ୍ଥ ଲୋକଙ୍କ ସଂଖ୍ୟା ୮୧୨ ରହିଛି |

0
0
0
s2sdefault