କାର୍ଯ୍ୟାଦେଶ ଦେବା ଲୋକ ଅନ୍ଧ ନା ଉଦ୍ଦେଶ୍ୟ ମନ୍ଦ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କୋଠ ଜମିରେ ମନରେଗା ଅର୍ଥରେ ଫାର୍ମ ପୋଖରୀ ଖୋଳା 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ପାଣ୍ଡେରୀପଡା ପଂଚାୟତରେ କୋଠ ଜାଗାରେ ପୋଖରୀ ଖୋଳାକୁ ନେଇ ମୋ ସରକାର, ୫ଟି ସଚିବ , ବିଡିଓ ଓଡ଼ଗାଁ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ, ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ଭିଜିଲାନ୍ସକୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଗ୍ରାମ ରୋଜଗାର ସେବକ ଏବଂ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହଯୋଗରେ ୨୪୨୨୦୦୫/୨୦୧୯-୨୦ ମନରେଗା ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଅନୁସାରେ ୨ ଲକ୍ଷ ମଞ୍ଜୁରୀ ମିଳିଛି । ସେହି ଅର୍ଥରେ ଜନ୍ମେଜୟ ପରିଡା ଅନ୍ୟ ଦାବିଦାରଙ୍କୁ ନଜଣାଇ ଗୋଟିଏ କୋଠ ଜମିରେ ମନରେଗା  ନିୟମ  ଉଲ୍ଲଙ୍ଘନ କରି ଜେସିବି ଓ ଟ୍ରାକ୍ଟର ଦ୍ୱାରା ଏକାକି ପୋଖରୀ ଖୋଳିବା ବେଳେ ଅନ୍ୟ ଭାଗିଦାରଙ୍କ ନଜରକୁ ଆସିଥିଲା । ଏନେଇ ତପନ ପରିଡା, ପ୍ରଦୀପ କୁମାର ପରିଡା ଓ ଭରତ ପରିଡା ସମସ୍ତ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେଉଁ ପରିସ୍ଥିତରେ ଜେଜେବାପାଙ୍କ ନାମରେ ଥିବା ଜମିରେ ଫାର୍ମ ପୋଖରୀ ଖୋଳିବା ପାଇଁ ଏକତରଫା ଭାବେ ପ୍ରଶାସନ ଜଣକୁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି ସେ ନେଇ ମଧ୍ୟ ସେମାନେ ସୂଚନା ଅଧିକାର ନିୟମାନୁସାରେ ଆବଦେନ କରିଛନ୍ତି । ଅନ୍ୟ ଜବ କାର୍ଡ ଧାରୀଙ୍କ ଅଗୋଚରରେ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ସେ ପୋଖରୀ ଖୋଳୁୁଥିବା ଅଭିଯୋଗରେ ଦର୍ଶାଇବା ସହିତ ଏହାର ଉପଯୁକ୍ତ ତଦନ୍ତ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବୀ ଜଣାଇଛନ୍ତି । ଏନେଇ ଅଭିଯୋଗ ପାଇବା ପରେ ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟ ବନ୍ଦ କରିଥିବା ଜଣାଯାଇଛି । 

 

0
0
0
s2sdefault