ହେଡଲାଇନସ୍:

ମରୁଭୂମିରେ ବର୍ଷା ପରି : ଟିକେ କଷ୍ଟଲି ହେଲା ସିନା,ଶୋଷିଲା ଥିଲେ ପିଇ ଗଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଗୋଟାଏ ଦିନରେ  ୭୫୧.୨୨୯ ବଲକ୍ ଲିଟର ଲିକର ଓ ୯୫୦.୩୨୫ ବଲକ୍ ଲିଟର ବିୟର ବିକ୍ରି

ମଦ ଉପରେ ଥିବା ଏମଆରପିଠାରୁ ବହୁ ଅଧିକ ମୂଲ୍ୟ ଆଦାୟ

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନାକୁ ନେଇ ଗତ ମାର୍ଚ୍ଚ ୨୪ ଠାରୁ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଜାରି ରହିଛି । ଏହି ସମୟରେ ସମସ୍ତ ସରକାରୀ ଦେଶୀ , ବିଦେଶୀ ମଦ ଦୋକାନ ସହିତ ବାର୍ ଆଦିକୁ ସରକାରଙ୍କ ନିର୍ଦ୍ଦେଶ  କ୍ରମେ ଜିଲ୍ଲା ଅବକାରୀ ବିଭାଗ ସିଲ କରିଦେଇଥିଲେ । ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ମେ ୨୫ରୁ ମଦ ଦୋକାନ ଗୁଡ଼ିକରେ ଅନ ଲାଇନରେ ମଦ ବିକ୍ରି ହେବ ବୋଲି ସରକାର ନିଷ୍ପତ୍ତି ନେବା ପରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦୋକାନଗୁଡ଼ିକରେ ଲଗାଯାଇଥିବା ସିଲକୁ ହଟାଇ ଦିଆଯାଇଛି । କିନ୍ତୁ ମୟୂରଭଞ୍ଜ ଜିଲ୍ଲାରେ ଅନ ଲାଇନରେ ମଦ ବିକ୍ରି ୨୫ରୁ ଆରମ୍ଭ ହେବା ସମ୍ଭବପର ହୋଇନ ଥିଲା । ଫଳରେ ମେ ୨୬ରୁ ସରକାରୀ ଠିପି ବନ୍ଦ ମଦ ଦୋକାନଗୁଡ଼ିକରେ ଅନ ଲାଇନରେ ମଦ ବିିିିିିିିିିିିିିିିିକି ଆରମ୍ଭ ହୋଇଥିଲା । ତେବେ ଜିଲ୍ଲାରେ ଥିବା ୮୦ରୁ ଅଧିକ ସରକାରୀ ବିଦେଶୀ ମଦ ଦୋକାନଗୁଡ଼ିକ ମଧ୍ୟରୁ ପ୍ରାୟ ୩୫ ମଧ୍ୟରେ ମଦ ଦୋକାନଗୁଡ଼ିକରେ ବିକ୍ରି ଆରମ୍ଭ ହୋଇଛି । ଅନ୍ୟ ଦୋକାନଗୁଡ଼ିକରେ କର୍ମଚାରୀ ଅଭାବ କାରଣରୁ ଖୋଲିବା ସମ୍ଭବ ହୋଇପାରି ନାହିଁ ବୋଲି ଜିଲ୍ଲା ଅଧକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ସେହିପରି ପ୍ରଥମ ଦିନରେ ଅର୍ଥାତ୍ ମେ ୨୬ ତାରିଖରେ ଜିଲ୍ଲାରେ ଗୋଟାଏ ଦିନରେ ୭୫୧.୨୨୯ ବଲକ୍ ଲିଟର ଲିକର ଓ ୯୫୦.୩୨୫ ବଲକ୍ ଲିଟର ବିୟର ବିକ୍ରି ହୋଇଥିବାର ଜଣାପଡ଼ିଛି । ଏଥି ସହିତ ଅନ ଲାଇନ ମାଧ୍ୟମରେ ବିକ୍ରି ହେଉଥିବା ମଦଗୁଡ଼ିକ ମଦ ବୋତଲ ଉପରେ ରହିଥିବା ଏମ୍ଆରପି ଠାରୁ  ବହୁ ଅଧିକ ମୂଲ୍ୟ ଆଦାୟ କରାଯାଇଥିବାର ଅଭିଯୋଗ ହୋଇଛି । ଇମ୍ପେରିଆଲ ବ୍ଲୁ୍ୟ ୩୭୫ ଏମଏଲ(ପିଣ୍ଟ)ର ପ୍ରିଣ୍ଟ ମୂଲ୍ୟ ୨୯୦ ଟଙ୍କା ରହିଥିବା ବେଳେ ଅନ ଲାଇନରେ ୪୨୦ ଟଙ୍କା, ବ୍ଲେଣ୍ଡାର ସ୍ପ୍ରାଇଟ ୧୮୦ ଏମଏଲ(ନିବ)ର ପ୍ରିଣ୍ଟ ମୂଲ୍ୟ ୨୩୫ ଟଙ୍କା ରହିଥିବା ବେଳେ ୩୪୦ ଟଙ୍କା,ରକଫୋର୍ଡ଼  କ୍ଲାସିକ ୩୭୫ ଏମଏଲ(ପିଣ୍ଟ)ର ପ୍ରିଣ୍ଟ ମୂଲ୍ୟ ୪୬୦ ରହିଥିବା ବେଳେ ୬୮୫ ଟଙ୍କା ଓ ଟର୍ବୋ ବିୟର ୧୨୫ ଟଙ୍କା ବଦଳରେ ୧୮୨ ଟଙ୍କା ଏହିପରି ବିଭିନ୍ନ କମ୍ପାନୀର ବିଭିନ୍ନ ବ୍ରାଣ୍ଡର ନିବ, ପିଣ୍ଟ ଓ କ୍ୱାଡର଼୍ ଆଦିର ପ୍ରିଣ୍ଟ ମୂଲ୍ୟଠାରୁ ଯଥେଷ୍ଟ ଅଧିକ ମୂଲ୍ୟ ଆଦାୟ କରାଯାଇଥିବାର ଅଭିଯୋଗ ହୋଇଛି । ତେବେ ଏ ବିଷୟରେ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କ ସହିତ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା । 

 

0
0
0
s2sdefault