ହେଡଲାଇନସ୍:

ଲକ ଡାଉନ ପରଠାରୁ ଗ୍ରାଉଣ୍ଡ ଜିରୋରେ, ଲୋକଙ୍କ ସାଙ୍ଗରେ ସବୁବେଳେ ସୁଖରେ ଦୁଃଖରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କରୋନା ଲଢ଼େଇରେ ଲଢୁଆ ଉପଜିଲ୍ଲାପାଳ, ପ୍ରଶଂସା କରୁଛି ପୁରା ଉପଖଣ୍ଡ

ବରଗଡ :- ଏମିତିରେ ବି ଲୋକଙ୍କ ସମସ୍ୟା ସହିତ ଜଡିତ ହୋଇଥଲେ | ଲୋକଙ୍କ ପାଖରେ ସରକାରଙ୍କ ସୁବିଧା ସୁଯୋଗ କେମିତି ପହଂଚିବ ସେଥିପାଇଁ ସବୁବେଳେ ଯତ୍ନବାନ ରହିଆସୁଥିଲେ | ହେଲେ କୋରୋନା ଭୁତାଣୁ ଆସିଲା ଦିନଠୁ ତା ମୁକାବିଲା କରିବାରେ ଦିନରାତି କରିଦେଇଛନ୍ତି | ଜଣେ ସଫଳ ଅଧିନାୟକ ଭାବେ ନିଜ ଟିମକୁ ସାଙ୍ଗରେ ଧରି ଓ ମୋଟିଭେଟ କରି ସଫଳତାର ସହିତ କରୋନା ଲଢ଼େଇକୁ ଜାରି ରଖିଛନ୍ତି ଗ୍ରାଉଣ୍ଡ ଜିରୋରେ |  କେତେବେଳେ ଗାଡ଼ିରେ ତ କେତେବେଳେ ସାଇକେଲରେ ବୁଲିବୁଲି ତ ଆଉ କେତେବେଳେ ପାଦରେ ଚାଲିଚାଲି |  ଲୋକଙ୍କୁ କେମିତି ସେ ରୋଗଠୁ ଦୁରେଇ ରଖିହେବ ଆଉ ରୋଗର ମୁକାବିଲା ପାଇଁ ସରକାର ଘୋଷଣା କରିଥିବା ଲକ ଡାଉନ ପରିପ୍ରେକ୍ଷୀରେ ଲୋକଙ୍କ ପାଖରେ ସରକାରଙ୍କ ଦ୍ୱାରା ଘୋଷିତ ସହାୟତା କେମିତି ପହଂଚିବା ସେ କାମରେ ଲାଗିପଡିଛନ୍ତି ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ | ସହରରେ ୱାର୍ଡରୁ ୱାର୍ଡକୁ ଓ ଗ୍ରାମାଞ୍ଚଳରେ ଗାଁରୁ ଗାଁକୁ ବୁଲି ଲୋକଙ୍କୁ ସଚେତନ କରିବା, ଅମାନିଆ ଲୋକଙ୍କୁ ଆକଟ କରିବା, କରୋନା କଟକଣାକୁ ମାନିବା ପାଇଁ ଲୋକଙ୍କୁ ହାତଯୋଡ଼ି ଅନୁରୋଧ କରିବା, ସରକାରଙ୍କ ସହାୟତା ଲୋକଙ୍କ ପାଖରେ ପହଞ୍ଚିବା କାମର ତଦାରଖ କରିବା, ସଙ୍ଗ ରୋଧ କେନ୍ଦ୍ର ଗୁଡିକର ପ୍ରସ୍ତୁତି ଓ କାର୍ଯ୍ୟକାରିତା ତଦାରଖ କରିବା, କେହି ଭୋକରେ ରହିବେନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନର ଅନୁପାଳନକୁ ନିଶ୍ଚିତ କରାଇବା, ସୀମାନ୍ତ ଚେକ ପଏଣ୍ଟରେ ଯେମିତି ଅଣପଞ୍ଜୀକୃତ ପ୍ରବାସୀ ବା ଅନ୍ୟରାଜ୍ୟର ଲୋକ ନ ପହଞ୍ଚନ୍ତି ତାର ତାଦରଖ  କରିବା ଆଦି କାମରେ ଲାଗି ପଡିଛନ୍ତି ନିଜ ଟିମ ସହିତ | ଆମେ ଏଠି କହୁଛୁ କରୋନା ଲଢ଼େଇର ଜଣେ ସମର୍ପିତ ଯୋଦ୍ଧା ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ବିଷୟରେ | 

  କରୋନା ପାଇଁ ଆଜି ସର ବିଶ୍ୱ ଚିନ୍ତିତ ।  ଦେଶବାସୀଙ୍କୁ ଏହି ସଂକ୍ରମଣରୁ ରକ୍ଷା କରିବା ପାଇଁ ସରକାର ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ସରକାରଙ୍କର ପ୍ରତ୍ୟେକ ନିୟମକୁ ଲାଗୁ କରିବା ପାଇଁ ଆଜି ମଇଦାନକୁ ଓହ୍ଳାଇଛି  ପୁରା ପ୍ରଶାସନ । ହେଲେ ସରକାରଙ୍କର କିଛି ଅଧିକାରୀ ଏହି ମହାମାରୀ କବଳରୁ ଲୋକଙ୍କୁ ରକ୍ଷା କେଇବା ପାଇଁ ନିଜର ବ୍ୟକ୍ତିଗତ ଜୀବନକୁ ମଧ୍ୟ ଭୁଲି ଯାଇଛନ୍ତି । ସେମାନଂକର କେବଳ ଗୋଟେ ଚିନ୍ତା ଯେ କେମିତି ଲୋକଙ୍କୁ ଏହି ବିପଦ ପୂର୍ଣ ମହାମାରୀରୁ ରକ୍ଷା କରିବେ । ଏଥିପାଇଁ ସେମାନେ ଦିନରାତି ଏକ କରି ଲାଗିପଡିଛନ୍ତି ଲୋକଙ୍କ ସେବାରେ । ଏହିଭଳି ଜଣେ ଅଧିକାରୀ ହେଉଛନ୍ତି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦରୱାନ । ଏଠାରେ ସୂଚନାଯୋଗ୍ୟ ଯେ ଆମେ ପର୍ବରୁ ମଧ୍ୟ ଅନେକ ଥର ଶ୍ରୀ ଦରୱାନଙ୍କର ବିଷୟରେ ଉଲ୍ଲେଖ କରିଛୁ । କୋବିଡ଼ 19 ସମ୍ମନ୍ଧୀୟ କଟକଣା ଓ ଲକଡାଉନ ଆରମ୍ଭ ହେବା ପରଠାରୁ ହଠାତ ତାଙ୍କର ଦାୟିତ୍ୱ ଅନେକ ମାତ୍ରାରେ ବୃଦ୍ଧି ପାଇଯାଇଥିଲା । ଏଥର ଉଦ୍ଦେଶ୍ୟ ଥିଲା କେବଳ ଅଂଚଳବାସୀଙ୍କୁ ଏହି ପ୍ରାଣଘାତି ମହାମାରୀ କବଳରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା । 

ଅଂଚଳବାସୀଙ୍କୁ ଏହି ମହାମାରୀକୁ କବଳରୁ ରକ୍ଷା କରିବା ପାଇଁ ଶ୍ରୀ ଦରୱାନ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରତେକ ନିୟମକୁ ନିଜର ପ୍ରତ୍ୟକ୍ଷ ତତ୍ୱବାଧାନରେ ଉପଖଣ୍ଡରେ କରାଇଛନ୍ତି । ଏହାସହିତ ଉପଖଣ୍ଡରେ ଯେତେବେଳେ ଯେଉଁ ସ୍ଥାନରେ ତାଙ୍କର ଆବଶ୍ୟକତା ରହିଛି କାଳବିଳମ୍ବ ନକରି ତୁରନ୍ତ ସେଠାକୁ ପହଂଚି ଯାଇଥାନ୍ତି । ବଡିଭୋରରୁ ବାହାରି ପଡନ୍ତି ଲୋକଙ୍କ ପାଖକୁ ଓ ମଧ୍ୟ ରାତ୍ରି ଯାଏଁ ଚାଲୁ ରହେ ତାଙ୍କର ସେବାକାର୍ଯ୍ୟ । ଏହି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କର ପ୍ରତ୍ୟେକ ସୁଖଦୁଃଖରେ ପ୍ରତ୍ୟକ୍ଷ  ଭାବରେ ସାମିଲ ହେଇଥାନ୍ତି ଉପଜିଲ୍ଲାପାଳ । ସଚେତନତା, ଗରିବ ଲୋକଙ୍କୁ ରିଲିଫ ବଣ୍ଟନ, ସରକାରୀ କାର୍ଯର ତଦାରଖ ସହିତ ବର୍ତମାନର ସମୟର ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ସବୁର ସମାଧାନ ନିଜେ କରିଥାନ୍ତି ଉପଜିଲ୍ଲାପାଳ । ଏଥିପାଇଁ ବର୍ତ୍ତମାନ ପୁରା ଉପଖଣ୍ଡ ତାଙ୍କର ପ୍ରଶଂସା କରୁଛି । ଗୋଟେ ଧାଡିରେ କହିବାକୁ ଗଲେ ଉପଜିଲ୍ଲାପାଳ ଶ୍ରୀ ଦରୱାନ ବାସ୍ତବରେ ଜଣେ ଅଗଧାଡ଼ିର ନିଃସ୍ୱାର୍ଥପର କୋରୋନା ଯୋଦ୍ଧା ଭଳି ତାଙ୍କ ଦାୟିତ୍ୱ ନିର୍ବାହ କରିଚାଲିଛନ୍ତି, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

 

0
0
0
s2sdefault