ହେଡଲାଇନସ୍:

 ଶାନ୍ତିଲତାଙ୍କ ପଦକ୍ଷେପକୁ ପ୍ରଶଂସା କଲେ ନବୀନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡ଼ା ( ଡ଼ଃ କୁମୁଦ ଚନ୍ଦ୍ର ବେହେରା ) :  କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ମାଣିତରା ପଞ୍ଚାୟତର ସରପଞ୍ଚ ଶାନ୍ତିଲତା ନାୟକଙ୍କ ସମୟୋଚିତ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ। ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ  ନେଇଥିବା ଐତିହାସିକ ପଦକ୍ଷେପକୁ ସେ ସଫଳ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଟୁଇଟ କରାଯାଇଛି |  ସୂଚନାଯୋଗ୍ୟ ଯେ ସରପଂଚଙ୍କ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତାକୁ ରାଜ୍ୟରେ ସର୍ବ ପ୍ରଥମେ ପ୍ରୟୋଗ କରିଥିଲେ ମାଣିତରା ପଞ୍ଚାୟତର  ୭୫ ବର୍ଷ ବୟସ୍କା ମହିଳା ସରପଞ୍ଚ ଶାନ୍ତିଲତା ନାୟକ  | ପାହାଡ଼ ଜଙ୍ଗଲ  ପରିବେଷ୍ଟିତ ନିହାତି ପଲ୍ଲୀ ଅଞ୍ଚଳର ଜଣେ ମହିଳା ସରପଞ୍ଚ କରୋନା ମହମାରୀକୁ ପ୍ରତିରୋଧ ପାଇଁ  ନିଜ ପଞ୍ଚାୟତରେ ସଟ ଡାଉନ ଘୋଷଣା କରି ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଜଣ ସାଧାରଣଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି ନିଜ ପଂଚାୟତରେ ଓ ଆଖପାଖ ଅଂଚଳରେ ବି ତାଙ୍କ ପଦକ୍ଷେପକୁ ପ୍ରଶଂସା | 

ମା ଯେପରି ନିଜର ପିଲାମାନଙ୍କୁ ପଣତ କାନିରେ ଘୋଡାଇ ସୁରକ୍ଷା ଦେଇଥାଏ, ସେହିପରି ମାଣିତରା ସରପଞ୍ଚ ସଟ ଡାଉନ ରୂପକ ପଣତ କାନିରେ ନିଜ ପଞ୍ଚାୟତର ଜନସାଧାରଣଙ୍କୁ କରୋନା ମହମାରୀରୁ ସୁରକ୍ଷା ଦେବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି |  ପଞ୍ଚାୟତର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମ୍ପୂର୍ଣ୍ଣ ପାଚେରୀ ନଥିବା ଯୋଗୁଁ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡିଆଙ୍କ ସମ୍ପର୍କୀୟ ମାନେ ଅବାଧରେ ମିଶି ପାରୁଥିବା ଓ ସଙ୍ଗରୋଧରେ ଥିବା ବ୍ୟକ୍ତିମାନେ ମଧ୍ୟ ଲୁଚିକରି ବାହାରକୁ ଆସି ଦୋକାନୀଙ୍କ ଠାରୁ ମାଦକ ଦ୍ରବ୍ୟ  ଖଇନି ,ପାନ, ସିଗାରେଟ ପ୍ରଭୃତି କ୍ରୟ କରୁଥିବା ନଜରକୁ ଆସିବା ପରେ ମାଣିତରା ପଞ୍ଚାୟତରେ କରୋନା ମହମାରୀକୁ ରୋକିବା ପାଇଁ  ଶାନ୍ତିଲତା ନେଇଥିଲେ କଠୋର ପଦକ୍ଷେପ | ପଞ୍ଚାୟତରେ  ମଇ ୮ ତାରିଖ ଠାରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସକାଳ ୧୧ ଘଣ୍ଟା ଠାରୁ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ୨୦ ଘଣ୍ଟିଆ ସଟ ଡାଉନ ଘୋଷଣା କରିଥିଲେ | ବୁଗୁଡା ବ୍ଲକରେ ପ୍ରଥମ ପଞ୍ଚାୟତ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତର ସମସ୍ତ ଗ୍ରାମରେ ସଟ ଡାଉନ ଲାଗୁ କରିଛନ୍ତି। କେବଳ ଗଂଜାମ ନୁହେଁ ସାରା ରାଜ୍ୟରେ ବୋଧହୁଏ ମାଣିତରା ପଞ୍ଚାୟତ ସାରା ଓଡ଼ିଶାରେ ପ୍ରଥମ ପଞ୍ଚାୟତ ଭାବେ କରୋନା ମୁକାବିଲା ପାଇଁ ଏହି କ୍ଷମତା ପ୍ରୟୋଗ କରିଛି। ଯାହା ଫଳରେ ସକାଳ ୭ ଘଣ୍ଟାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ କେବଳ ତେଜରାତି ଓ ପନିପରିବା ଦୋକାନ ଖୋଲା ରହିବା ସହ ଔଷଧ ଦୋକାନ ଦିନ ଓ ରାତି ଖୋଲା ରହିପାରିବ ବୋଲି ନିର୍ଦ୍ଦେଶ ଦେଇଥିଲେ ସରପଂଚ ଶାନ୍ତିଲତା  | 

ରାଜ୍ୟସ୍ତରୀୟ ଟିମ ସହ ଆଲୋଚନାରତ ମାଣିତରା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ
0
0
0
s2sdefault