ହେଡଲାଇନସ୍:

ନୂଆ 14 ପଜିଟିଭ ସହ 391ରେ କରୋନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Bhubabeswar(shasak prashasak) :  ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ  ରାଜ୍ୟରେ ଆଉ ନୂଆ ୧୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗଞ୍ଜାମରେ ୧୨, ସୁନ୍ଦରଗଡ ଓ କେନ୍ଦ୍ରାପଡାରେ ଜଣେ ଲେଖାଏଁ ସାମିଲ |  ଏହି ୧୪  ଜଣକୁ ମିଶାଇ  ରାଜ୍ୟରେ ମୋଟ ୩୯୧ ରେ ପହଞ୍ଚିଲା ପଜିଟିଭ ସଂଖ୍ୟା । ଗଂଜାମ ଜିଲ୍ଲାରେ ନୂଆ ୧୨ ପଜିଟିଭ ଙ୍କୁ ମିଶାଇ  କରୋନା ପଜିଟିଭ ସଂଖ୍ୟ ପହଂଚିଛ୧୩୭ରେ । ଯାଜପୁରରେ ପଜିଟିଭ ୬୦ ପହଁଚିଥିବା ବେଳେ ବାଲେଶ୍ୱରରେ ଏଯାବତ ହୋଇଛି ୪୨| ଖୋର୍ଦ୍ଧା ଜଲ୍ଲାର ୫୦ ପଜିଟିଭ  ଛୁଇଁଥିବା ବେଳେ ଭଦ୍ରକରେ ରହିଛି ୩୧ |  ସେହିପରି ପଜିଟିଭ ସଂଖ୍ୟା ଅନୁଗୁଳରେ ୧୫, ନୂଆ ଜଣକୁ ମିଶାଇ ସୁନ୍ଦରଗଡରେ  ୧୪, ନୂଆ ଜଣକୁ ମିଶାଇ କେନ୍ଦ୍ରାପଡ଼ାରେ ୯, ମୟୁରଭଞ୍ଜ ୮, ଜଗତସିଂହପୁର ୫, ପୁରୀ ୩, ବୌଧ ୩ ,କେନ୍ଦୁଝର ୨, କଳାହାଣ୍ଡି ୨, ଝାରସୁଗୁଡା ୨, କଟକ ୨, ବଲାଙ୍ଗୀର ୨, ନୟାଗଡ ୧, କୋରାପୁଟ ୧, ଢେଙ୍କାନାଳ ୧, ଦେବଗଡ ୧ରେ ରହିଛି | 

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ଜଣ ସୁସ୍ଥ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଓଡ଼ିଶାରେ କରୋନାରେ ୩୨୦ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ  ହେଉଛନ୍ତି । 

0
0
0
s2sdefault