ହେଡଲାଇନସ୍:

ମାଲକାନଗିରି ଆଇଟିଆଇ ପକ୍ଷରୁ ଅଭିନବ ହ୍ୟାଣ୍ଡ ସାନିଟାଇଜର ମେସିନ ଉଦ୍ଭାବନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି/ଶାସକ ପ୍ରଶାସକ : କରୋନା ଭୂତାଣୁ (କୋଭିଡ-19)ର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା କାରଣରୁ ସତର୍କତା ହିଁ ଏହି ରୋଗରୁ ବର୍ତ୍ତିବାର ଏକମାତ୍ର ଉପାୟ । ଏହି ଭୂତାଣୁ ମୂଖ୍ୟତଃ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ପର୍ଶ କଲେ ବ୍ୟାପିଥାଏ । ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହିତ ହାତ ଓ ଶରୀରକୁ ସଫା ରଖିବା, ଜୀବାଣୁ ରହିବାର ଆଶଙ୍କା ଥିବା ବିଭିନ୍ନ ସ୍ଥାନକୁ ସଫା ରଖିବା ଅତ୍ୟନ୍ତ ଜରୁରି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରଶିକ୍ଷକମାନେ ମିଳିତ ଭାବେ ଏକ ଅଭିନବ ଧରଣର ହାତ ସଫା ସାନିଟାଇଜର ମେସିନ ତିଆରି କରିଛନ୍ତି । ସାନିଟାଇଜର କିମ୍ବା ହ୍ୟାଣ୍ଡ ୱାଶ ଲଗାଇବାକୁ ହେଲେ ଉକ୍ତ ମେଶିନକୁ ଗୋଡ଼ ଦ୍ୱାରା ପରିଚାଳିତ କରିହେବ । ଏହାକୁ ହାତରେ ସ୍ପର୍ଶ ନକରି ଗୋଡ଼ରେ ଚାପିଲେ ସାନିଟାଇଜର ହାତରେ ପଡ଼ିବ ଓ ଏଥିରେ ସଫା କରାଯାଇପାରିବ । ଏହି ଅଭିନବ ମେସିନ ଉପଯୋଗ କରିବା ଦ୍ୱାରା ଦୂଷିତ ଜୀବାଣୁଯୁକ୍ତ ହାତରୁ ସଂକ୍ରମଣକୁ ପ୍ରତିରୋଧ କରାଯାଇ ପାରିବ । କାରଣ ସାନିଟାଇଜର ବୋତଲକୁ ବିଭିନ୍ନ ଲୋକ ହାତରେ ସ୍ପର୍ଶ କରିବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ମାତ୍ର ଏହି ମେସିନ ଦ୍ୱାରା କେବଳ ଗୋଡ଼ ଜରିଆରେ ହାତକୁ ସାନିଟାଇଜ କରି ହେଉଥିବାରୁ ଏହି ଆଶଙ୍କାକୁ ଦୂର କରାଯାଇପାରିବ । କରୋନା ମୁକାବିଲା ଲାଗି ଏହି ଅଭିନବ ସାନିଟାଇଜର ମେସିନ ତିଆରି କରିବା ପାଇଁ 800 ରୁ 1000  ଟଙ୍କା ଖର୍ଚ୍ଚ ହେଉଛି ବୋଲି ମାଲକାନଗିରି ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଇଂ.ରାଜେଶ ତ୍ରିପାଠୀ ପ୍ରକାଶ କହିଛନ୍ତି ।  

 

0
0
0
s2sdefault