ହେଡଲାଇନସ୍:

ବଦଳିଲା ଗାଇଡଲାଇନ : ୧୪ ନୁହେଁ, ୨୮ ଦିନିଆ ହେବ କ୍ୱାରାଣ୍ଟାଇନ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଜାରି ହେଲା ସଂଶୋଧିତ ବିଜ୍ଞପ୍ତି 

କ୍ୱାରାଣ୍ଟାଇନରେ ଥିବା ବ୍ୟକ୍ତି ସ୍ଵେଛାକୃତ ତଥା ଶୃଙ୍ଖଳିତ ସେବା ଯୋଗାଇଲେ ପାଇପାରିବେ ୧୫୦୦ ଟଙ୍କା ପର୍ଯ୍ୟନ୍ତ ପାରିତୋଷିକ 

ଆଚରଣ ଶୃଙ୍ଖଳିତ ହେଲେ ୨୧ ଦିନର ବାଧ୍ୟତାମୂଳକ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍ ପରେ ମିଲିପାରିବ ୭ ଦିନ ହୋମ୍ କ୍ୱାରାଣ୍ଟାଇନ୍  ଅନୁମତି 

ଭୁବନେଶ୍ୱର (ଶାସକ ପ୍ରଶାସକ ) ଓଡ଼ିଶା ସରକାର ବିଜ୍ଞପ୍ତି ସଂଖ୍ୟା 2232/R&DM(DM) dated 19th April, 2020ରେ ଓଡ଼ିଶା ବାହାରୁ ଫେରୁଥିବା ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରସ୍ତୁତ ମାର୍ଗଦର୍ଶିକା ଅନୁପାଳନପୂର୍ବକ ୧୪ ଦିନ ନିମନ୍ତେ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍(ସଙ୍ଗରୋଧ)ରେ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲୋ 

କିନ୍ତୁ, ୧୪ ଦିନ କ୍ୱାରାଣ୍ଟାଇନ୍ ଅବଧି ପୂରଣ ପରେ ଅନେକ କ୍ଷେତ୍ରରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ଲକ୍ଷ୍ୟ କରାଯାଉଛିା ତେଣୁ, କ୍ୱାରାଣ୍ଟାଇନ୍ ଅବଧିକୁ ବୃଦ୍ଧି କରିବା ଏକ ଆବଶ୍ୟକତା ହୋଇପଡ଼ିଛିା ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁପାଳନ ସମେତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ଏବଂ କୋଭିଡ୍-୧୯ ରୋଗପୁଷ୍ଟି ଅବଧି ସଂପର୍କିତ କେତେକ ରିପୋର୍ଟ ବିଚାର କରି ରାଜ୍ୟ ସରକାର ନିମ୍ନମତେ ସଂଶୋଧିତ ବିଜ୍ଞପ୍ତି ଜାରି କରିଛନ୍ତିା 

ଓଡ଼ିଶାକୁ ଫେରୁଥିବା ସମସ୍ତ ବ୍ୟକ୍ତି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର/ଶିବିରରେ ୨୮ ଦିନ କ୍ୱାରାଣ୍ଟାଇନ୍ରେ ରହିବୋ କିନ୍ତୁ, ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍ ଅବଧି ମଧ୍ୟରେ ସେମାନଙ୍କର ସନ୍ତୋଷଜନକ ଆଚରଣ ଓ ସ୍ୱାସ୍ଥ୍ୟାବସ୍ଥାକୁ ବିଚାର କରି ୨୧ ଦିନର ବାଧ୍ୟତାମୂଳକ ଆନୁଷ୍ଠାନକ କ୍ୱାରାଣ୍ଟାଇନ୍ ପରେ ୭ ଦିନ ପାଇଁ ସେମାନଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ ନିମନ୍ତେ ଅନୁମତି ମିଳିପାରିବା ହୋମ୍ କ୍ୱାରାଣ୍ଟାଇନ୍ ସମୟରେ ସଂପୃକ୍ତ ବ୍ୟକ୍ତି ନିର୍ଦ୍ଧାରିତ କ୍ୱାରାଣ୍ଟାଇନ୍ ନିୟମଗୁଡ଼ିକ କଡ଼ାକଡ଼ି ଭାବେ ମାନିବୋ କୌଣସି ପ୍ରକାର ଉଲ୍ଲଂଘନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ହୋମ୍ କ୍ୱାରାଣ୍ଟାଇନ୍ରେ ରହିଥିବା ବ୍ୟକ୍ତିବୃନ୍ଦ କୌଣସି ଉଲ୍ଲଂଘନ ବିନା ହୋମ୍ କ୍ୱାରାଣ୍ଟାଇନ୍ ନିୟମାବଳୀ ପାଳନ କରୁଛନ୍ତି କି ନାହିଁ, ତାହା ଗ୍ରାମପଞ୍ଚାୟତ ନୋଡାଲ୍ ଅଫିସର/ଓ୍ୱାର୍ଡ ନୋଡାଲ ଅଫିସର ତଦାରଖ ଓ ସୁନିଶ୍ଚିତ କରିବୋ 

ଅସ୍ଥାୟୀ ଚିକିତ୍ସା କେନ୍ଦ୍ର/ଶିବିରର ଭାରପ୍ରାପ୍ତ ଅଧିକାରୀ କ୍ୱାରାଣ୍ଟାଇନରେ  ଥିବା ବ୍ୟକ୍ତିମାନଙ୍କୁ ଖାଦ୍ୟ ପ୍ରସ୍ତୁତି, ଶିବିର ପରିସର ପରିଚ୍ଛନ୍ନତା, ପରିମଳ ବ୍ୟବସ୍ଥା, କ୍ୟାମ୍ପସ୍ର ଉନ୍ନତିକରଣ ଏବଂ ମରାମତି କାର୍ଯ୍ୟ, ନିକଟସ୍ଥ ଖେଳପଡ଼ିଆର ବିକାଶ ଓ ବୃକ୍ଷରୋପଣ ଇତ୍ୟାଦି କାର୍ଯ୍ୟରେ ସଂପୃକ୍ତ କରିପାରିବୋ କ୍ୱାରାଣ୍ଟାଇନରେ  ରହିଥିବା ଯେଉଁ ବ୍ୟକ୍ତି ସେ୍ୱଚ୍ଛାକୃତ ଭାବେ ଏହିସବୁ କାର୍ଯ୍ୟ କରିବେ ତାଙ୍କୁ ଦୈନିକ ୧୫୦ ଟଙ୍କା ହାରରେ ସର୍ବାଧିକ ୧୦ ଦିନ ପାଇଁ (ମୋଟ ୧୫୦୦ ଟଙ୍କା) ପାରିତୋଷିକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବା 

ଅସ୍ଥାୟୀ ଚିକିତ୍ସା କେନ୍ଦ୍ର/ଶିବିରର ଭାରପ୍ରାପ୍ତ ଅଧିକାରୀ କ୍ୱାରାଣ୍ଟାଇନରେ  ରହିଥିବା ବ୍ୟକ୍ତିମାନଙ୍କ ଉତ୍ତମ ମାନସିକ, ଶାରୀରିକ ସ୍ୱାସ୍ଥ୍ୟର ଯତ୍ନ ନିମନ୍ତେ ଯୋଗ, ସାଂସ୍କୃତିକ କାର୍ଯ୍ୟକ୍ରମ, ପୁସ୍ତକ ଅଧ୍ୟୟନ, ଗଳ୍ପ କଥନ, ଚିତ୍ରାଙ୍କନ ଓ ପେଣ୍ଟିଂ ପ୍ରତିଯୋଗିତା ଏବଂ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରି ସେମାନଙ୍କୁ ସଂପୃକ୍ତ କରିବୋ ଏହି କାର୍ଯ୍ୟରେ ସେମାନେ ସ୍ଥାନୀୟ ସେ୍ୱଚ୍ଛାସେବୀ ସଂଗଠନ, ଗୋଷ୍ଠୀ ସାମାଜିକ ସଂଗଠନ, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍ ସଂଗ୍ରାମୀ ପୋର୍ଟାଲରେ ପଞ୍ଜୀକୃତ ସ୍ଵେଛାସେବୀମାନଙ୍କର ସହଯୋଗ ନେଇପାରିବୋ ପୁନଶ୍ଚ, ଗ୍ରାମ ପଞ୍ଚାୟତ ନୋଡାଲ୍ ଅଧିକାରୀ/ଓ୍ୱାର୍ଡ ନୋଡାଲ୍ ଅଧିକାରୀ କ୍ୱାରାଣ୍ଟାଇନରେ  ଥିବା ଲୋକମାନଙ୍କ ଆଚାର ବ୍ୟବହାର, ଚରିତ୍ର ଏବଂ ସେ୍ୱଚ୍ଛସେବୀ କାର୍ଯ୍ୟକଳାପରେ ସେମାନଙ୍କ ଅଂଶଗ୍ରହଣ ଆଧାରରେ ମନୋନୀତ ବ୍ୟକ୍ତିମାନଙ୍କୁ ଉତ୍ତମ ବ୍ୟବହାର, ଶୃଙ୍ଖଳା ଏବଂ ସ୍ଵେଛାକୃତ ଅବଦାନ ନିମନ୍ତେ ପ୍ରମାଣପତ୍ର ପ୍ରଦାନ କରିବୋ 

 

0
0
0
s2sdefault