ହେଡଲାଇନସ୍:

ଚର୍ଚ୍ଚାରେ ବାରିପଦା ବ୍ଲକ ବିଡ଼ିଓଙ୍କ ବଦଳି ଆଦେଶ : ଏଠି ବଦଳି ହୁଏ କଣ ବାତିଲ ହେବା ପାଇଁ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୟୂରଭଞ୍ଜକୁ ଥରେ ଆସିଲେ ଯିବା ପାଇଁ ଇଚ୍ଛା କରୁନାହାନ୍ତି ସରକାରୀ କର୍ମଚାରୀ- ରାକେଶ ସିଂ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶଙ୍କ ବଦଳି ଆଦେଶକୁ ଚର୍ଚ୍ଚା ଜୋର ଧରିଛି । ଓଏଏସ୍ ସରୋଜ କୁମାର ଦାଶ ବାରିପଦା ବ୍ଲକର ବିଡ଼ିଓ ଭାବେ ୨୦୧୭ ମେ ୪ରେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ । ଏଥି ସହିତ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂହଙ୍କ ବଦଳି ପରେ ୨୦୧୮ ଜୁନ ୧୪ଠାରୁ ପୌରପରିଷଦର ନିର୍ବାହୀ ଅଧିକାରୀ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିଆସୁଥିବା ସମୟରେ ଗତ ଏପ୍ରିଲ ୨୮ରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ଚଜ-ଈଊଙ-ଋଝଞଞ-୦୦୧୮-୨୦୧୯-୭୮୪୦/ଚଜଌଊଡ,/୨୮.୦୪.୨୦୨୦ ଅନୁସାରେ ବାରିପଦା ବ୍ଲକ ବିଡ଼ିଓ ଶ୍ରୀଦାଶଙ୍କ ବଦଳି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକକୁ ହୋଇଥିଲା । ଉକ୍ତ ବଦଳି ଆଦେଶନାମାରେ ମେ ୫ରେ ବାରିପଦା ବ୍ଲକରୁ ରିଲିଭ(ଭାରମୁକ୍ତ) ହୋଇ ୮ରେ ବିଶ୍ରା ବ୍ଲକରେ ଜଏନ(ଯୋଗ) ଦେବାକୁ ସ୍ପଷ୍ଟ ଭାବେ ନିଦେ୍ର୍ଧଶ ରହିଥିଲା । କିନ୍ତୁ, ବିଡ଼ିଓ ଶ୍ରୀଦାଶ ବାରିପଦା ବ୍ଲକରୁ ରିଲିଭ ନ ହେବା ଘଟଣା ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟଚକିତ କରିପକାଇଛି । ମୟୂରଭଞ୍ଜ ଦଳିତ ଆଦିବାସୀ ମହାସଂଘ ସଭାପତି ରାକେଶ ସିଂ  ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବଙ୍କ ପାରିବା ପଣିଆ ପଦାରେ ପକାଇ ଦେଇଛି ବୋଲି କହିଛନ୍ତି । ଏଥି ସହିତ କିଛି ମାସ ପୂର୍ବେ ତାଙ୍କର ଏକ ବଦଳି ଆଦେଶ ବାହାରି ଥିବାର ଶୁଣିବାକୁ ମିଳିଥିଲା । ମୟୂରଭଞ୍ଜକୁ ଥରେ ଆସିଲେ ଫେରି ଯିବାକୁ ଇଚ୍ଛା କରୁନାହାନ୍ତି ସରକାରୀ କର୍ମଚାରୀ । ତେବେ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ବଦଳି ଆଦେଶନାମାର ସ୍ୱଚ୍ଛତା ଉପରକୁ ମଧ୍ୟ ଶ୍ରୀସିଂ ଅଙ୍ଗୁଳି ଉଠାଇଛନ୍ତି । ତେବେ ଏ ବିଷୟରେ ବାରିପଦା ବ୍ଲକ ବିଡ଼ିଓ ଶ୍ରଦାଶଙ୍କ ପ୍ରତିକ୍ରୟା ଜାଣିବା ନିମନ୍ତେ ତାଙ୍କର ମୋବାଇଲ ନମ୍ବର ୯୪୩୭୦୩୪୧୮୪ରେ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନ ଥିଲା । ସେହିପରି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସହିତ ମୋବାଇଲ ନମ୍ବର ୮୨୮୦୦୬୬୮୬୧ରେ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା ।

 

0
0
0
s2sdefault