ହେଡଲାଇନସ୍:

 କୋଭିଡ଼-୧୯ ପରୀକ୍ଷା : ୨୩୧୦ ସ୍ୱାବରୁ ୨୧୬୧  ନେଗେଟିଭ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ୧୪୫ ରିପୋର୍ଟକୁ ଅପେକ୍ଷା ଓ ୪ ପଜିଟିଭ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ନମୁନା ପରୀକ୍ଷା ୨୩୧୦ରେ ପହଁଞ୍ଚଛି । ମେ ୮ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୨୩୧୦ ଜଣଙ୍କ ନିକଟରୁ ସ୍ୱାବ ସଂଗ୍ରହ କରାଯାଇ   ପରୀକ୍ଷା ନିମନ୍ତେ ପଠା ଯାଇଥିଲା । ଏହା ମଧ୍ୟରୁ  ୨୧୬୫ଟି ସ୍ୱାବର ରିପୋର୍ଟ ଆସିଥିବା ସମୟରେ ୧୪୫ଟି ରିପୋର୍ଟ ପହଁଞ୍ଚି ନାହିଁ । ଆସିଥିବା ସମସ୍ତ ୨୩୧୦ଟି  ରିପୋର୍ଟ ମଧ୍ୟରୁ  ୨୧୬୧ଟି ରିପୋର୍ଟ ନେଗେଟିଭ ରହିଥିବା ବେଳେ ଗତ ମେ ୬ରେ ୪ଟି ସୁରଟ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା   ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ତେବେ ପଜିଟିଭ କେଶ ବାହାରିଥିବାରୁ ମୟୂରଭଞ୍ଜ ଜିଲ୍ଲା ଗ୍ରୀନ ଜୋନରୁ ବାହାରି ଅରେଞ୍ଜ ଜୋନରେ ପହଁଞ୍ଚିଛି ।  ସେହିପରି ଜନସାଧାରଣ କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ରାତି ୭ରୁ ପରବର୍ତ୍ତି ଦିନ ସକାଳ ୭ ପର୍ଯ୍ୟନ୍ତ ନିଜ ନିଜ ଘର ମଧ୍ୟରେ ସୁରକ୍ଷିତ ଭାବେ ରହିବା ସହିତ ସାମାଜିକ ଦୂରତା ରକ୍ଷା କରିବା, ମୁହଁରେ ମାସ୍କ ଲଗାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

0
0
0
s2sdefault