ହେଡଲାଇନସ୍:

ବୌଦ୍ଧ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ହରଭଂଗା/ ପ୍ରତାପ ମେହେର: କୋରନା ପରିସ୍ଥିତି କୁ ଆଖି ଆଗରେ ରଖି ଆଜି ରେଡକ୍ରସ୍ ଦିବସ ଅବସରରେ ବୌଦ୍ଧ ରକ୍ତ ଭଣ୍ଡାର ରେ ଏକ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ୟୁଥ୍ ରେଡ୍ କ୍ରସ୍ ବୋୖଦ୍ଧ ଜାତୀୟ ଯୁବ ପ୍ରକଳ୍ପ ମିଳିତ ଆନୁକୁଲ୍ୟରେ ଆୟଜିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ଶିବିରକୁ ଉଦ୍ଘାଟନ କରି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ ।  ଏହି ଶିବିରରେ ବୌଦ୍ଧ ଜିଲ୍ଲାର ରେଡ୍ କ୍ରସ୍ ର ସ୍ଵେଚ୍ଛାସେବୀ , ଜାତୀୟ ଯୁବ ପ୍ରକଳ୍ପ ର ସ୍ଵେଚ୍ଛାସେବୀ, ଏଲ୍ କେ ବି କେ ର ସ୍ଵେଚ୍ଛାସେବୀ, ଜୀବନ ଜ୍ୟୋତି ଅନୁଷ୍ଠାନ ର ସ୍ଵେଚ୍ଛାସେବୀ ଆଦି ରକ୍ତଦାନ  କରିଥିଲେ । ମୋଟ୍ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ୨୫ ଜଣ ଯୁବକ ଓ ଜଣେ ଯୁବତୀ ସୁପ୍ରିୟା ଦେହୁରୀ ରକ୍ତଦାନ କରିଥିଲେ ।  ରେଡ୍ କ୍ରସର ଜିଲ୍ଲା ସଂଯୋଜକ  ଶ୍ରୀ ପ୍ରବୀର୍ କୁମାର ଦାସ୍, ଜାତୀୟ ଯୁବ ପ୍ରକଳ୍ପ ର ଜିଲ୍ଲା ସଂଯୋଜକ ସୀତାକାନ୍ତ ସିଂ , ସ୍ଵେଚ୍ଛାସେବୀ ଦେବାଶିଷ ପୁରୋହିତ , ସୁରେଶ୍ଵର ଯୋଶୀ , ରିତାଞ୍ଜଳି ସ୍ୱାଇଁ ,  ପ୍ରଶାନ୍ତ ବିଶି , ନରେନ୍ଦ୍ର ଦେହୁରୀ , ପ୍ରତାପ ମେହେର, ତୋଫାନ ପରିଡ଼ା, ସଂଧ୍ୟରାଣି ସାହୁ  ପ୍ରମୁଖ ଶିବିର ପରିଚାଳନା ରେ ସାହାଯ୍ୟ କରିଥିଲେ ।

0
0
0
s2sdefault