ହେଡଲାଇନସ୍:

ଓଡିଶା ଛତିଶଗଡ଼ ସୀମାରେ ଯାଞ୍ଚ କଡାକଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ/ମନୋହର ଦାଶ :- ବର୍ତମାନ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଚାଲିଥିବା ବେଳେ କରୋନା ଭାଇରସ ସଂକ୍ରମଣ କୁ ରୋକିବା ପାଇଁ ଆଗାମୀ ଏକ ମାସ ଗୁରୁତ୍ୱ ପୁର୍ଣ ଅଟେ।ଏଣୁ ବର୍ତ୍ତମାନ ଓଡିଶା ଛତିଶଗଡ଼ ସୀମା ରେ ଲୋକଙ୍କ ଯାତାୟତ ଗତିବିଧି କୁ କଡାକଡି ଭାବେ ଯାଞ୍ଚ କରା ଯାଉଛି ।ଏହି ପରି ପ୍ରେକ୍ଷୀ ରେ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ଥାନା ପକ୍ଷରୁ ଧଉରାଭଟା ଛକ ଏବଂ ଲଉଡିଦରହା ଠାରେ ପୋଲିସ ର ଅସ୍ଥାୟୀ ଶିବିର ନିର୍ମାଣ କରାଯାଇ ଯାଞ୍ଚ ଆରମ୍ଭ ହୋଇଛି। ଲଉଡିଦରହା ସେବାସମବାୟ ସମିତି ରାସ୍ତାପାଖରେ ଅସ୍ଥାୟୀ ଶିବିର ନିର୍ମାଣ କରାଯାଇ ଯାଞ୍ଚ କୁ କଡାକଡି କରାଯାଇଛି । ଥାନା ଅଧିକାରୀ ଶ୍ରୀମତୀ LL ବାର୍ଳା ଙ୍କର ନିର୍ଦ୍ଦେଶ ରେ ଏ .ଏସ.ଆଇ କେତନ ଧାରୁଆ, ସତ୍ୟାନନ୍ଦ ଭୁଏ ଙ୍କ ଉପସ୍ଥିତି ରେ କର୍ମଚାରୀ ମାନଙ୍କ ପ୍ରତ୍ୟେକ ଗାଡି ତଥା ଲୋକଙ୍କ ଯାଞ୍ଚ ହେଉଛି ।ବିଶେଷ କରି ଚାରି ଚକିଆ ଯାନ ରେ ଦୁଇ ରୁ ଅଧିକ ବ୍ୟକ୍ତି ଯାଉଥିଲେ ସେମାନଙ୍କୁ ଅଟକାଇ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦିଆଯିବା ସହ ମାକ୍ସ ବ୍ୟବହାର କରିବାକୁ ନିବେଦନ କରାଯାଉଛି । ଦୁଇ ପ୍ରବେଶ ପଥ ଠାରେ ଯାଞ୍ଚ କାର୍ଯ୍ୟ କଡାକଡି କରୁଥିବା ବେଳେ ବିଭିନ୍ନ ଅଞ୍ଚଳ ରୁ ଆସୁଥିବା ଗାଡି ଗୁଡିକ ଉପରେ ମଧ୍ୟ ପୋଲିସର କଡା ନଜର ରହିଛି। ଛତିଶଗଡ ଅଞ୍ଚଳର ୧୨ଟି ପରିବାର ଶ୍ରମିକ ବଲାଙ୍ଗୀର ଜିଲ୍ଲା କୁ ଇଟା ଗଢିବାକୁ ଯାଇଥିଲେ ସମସ୍ତେ ଚାଲି ଚାଲି ଫେରୁଥିବାରୁ ଜଗଦଲପୁର ଥାନା ଅଧିକାରୀ ଲିଲିମା ଲଳିତା ବାର୍ଳା ସେମାନଙ୍କର ଆନୁଷଙ୍ଗିକ ବ୍ୟବସ୍ଥା କରାଇ ସୁରକ୍ଷିତ ଭାବେ ସମସ୍ତଙ୍କୁ ଯିବାପାଇଁ ପରାମର୍ଶ ଦେଇଥିଲେ। ସମସ୍ତ ଶ୍ରମିକ ମାନେ ନିଜ ନିଜ ଗ୍ରାମ ପହଞ୍ଚି ପରିଥିବାରୁ ନିଜକୁ ଖୁସି ଅନୁଭବ କରିବା ସହ ଜଗଦଲପୁର ପୋଲିସକୁ କୃତଜ୍ଞତା ଜଣାଇଛନ୍ତି ।

 

0
0
0
s2sdefault