ହେଡଲାଇନସ୍:

ରମଜାନଙ୍କ ପରିବାରଙ୍କୁ ଭେଟିଲେ ଉପଜିଲ୍ଲାପାଳ, ଯଥାସମ୍ଭବ ନିୟମାନୁମୋଦିତ ସହାୟତାର ଦେଲେ ପ୍ରତିଶ୍ରୁତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ପାଇକମାଲ ଅଂଚଳରେ କୋବିଡ଼ 19 ସମ୍ମନ୍ଧୀୟ ଅନୁଧ୍ୟାନ କରିବା ସମୟରେ ମାଣ୍ଡୋସିଲ ଗାଁରେ ବାସ କରୁଥିବା ଶେଖ ରମଜାନ କୁରେସି ଙ୍କର ପରିବାର କୁ ଭେଟିଥିଲେ ଓ ସେମାନଙ୍କର ଭଲ ମନ୍ଦ ବୁଝିଥିଲେ । ଉପଜିଲ୍ଲାପାଳ ତଥା ଗ୍ରାମର ଗିରିଷ ଡ଼ନସନା ତଥା ଶେଖ ମହମ୍ମଦ ହନିଫଙ୍କର ଉପସ୍ଥିତରେ ସ୍ବର୍ଗତ କୁରେସି ଙ୍କର ସ୍ତ୍ରୀ ମିନ୍ନତ ବି କହିଥିଲେ ଯେ ତାଙ୍କୁ ସରକାରଙ୍କର ଦ୍ୱାରା 500ଟଙ୍କା ବିଧବା ଭତ୍ତା ପ୍ରଦାନ କରାଯାଉଛି | ଏହା ସହିତ ଅନ୍ତଦୟ ଯୋଜନାରେ 35 kg ଚାଉଳ ମଧ୍ୟ ପ୍ରଦାନ କରାଯାଉଛି । ଏହା ସହିତ ବିଗତ ଦିନରେ ତାଙ୍କୁ ଗ୍ରାମୀଣ ଆବାସ ଓ ସ୍ଵଛ ଭାରତ ଯୋଜନାରେ ଶୌଚାଳୟ ମଧ୍ୟ ସରକାରଙ୍କର ତରଫରୁ ପ୍ରଦାନ କରାଯାଇଛି । 

        ଏଠାରେ ସୂଚନାଯୋଗ୍ୟ ଯେ ରମଜାନ କୁରେସି ଆଜାଦ ହିନ୍ଦ ଫୌଜରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କର ରୋଷେଇ କରୁଥିବା ସବୁ ସମୟରେ କହୁଥିଲେ । ସ୍ବର୍ଗତ କୁରେସି ଆଜାଦ ହିନ୍ଦ ଫୌଜ ର ଅନେକ ମିଶନରେ ସାମିଲ ହେଇଥିବା ମଧ୍ୟ ବାରମ୍ବାର ବିଭିନ୍ନ ସଭା ସେମିତି ରେ କହି ଆସୁଥିଲେ । ଆଜାଦ ହିନ୍ଦ ର ଜଣେ ସିପାହୀ ଭାବରେ ତାଙ୍କୁ ଅନେକ ସଂସ୍ଥା ତଥା ଅନୁଷ୍ଠାନ ତରଫରୁ ସମ୍ମର୍ଧିତ ମଧ୍ୟ କରାଯାଇଛି । ଗତ 2015 ଶାସକ ପ୍ରଶାସକ ର ଅକ୍ଟୋବର 1 ରୁ 7 ସଂସ୍କରଣରେ ରମଜାନ କୁରେସି ଙ୍କର ବାବଦରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା । ଏବେ କିଛି ବର୍ଷ ତଳେ ଶ୍ରୀ କୁରେସି ଙ୍କର ମୃତ୍ୟୁ ହେଇଯାଇଛି । ବର୍ତ୍ତମାନ ତାଙ୍କର ପରିବାରରେ ତାଙ୍କର ସ୍ତ୍ରୀ ଗୋଟେ ପୁଅ ଓ ପୁତ୍ରବଧୁ ଅଛନ୍ତି । ପୁଅ ବଜାରରେ ଚୁଡି ବ୍ୟବସାୟ କରନ୍ତି କିନ୍ତୁ ବର୍ତ୍ତମାନ ଲକଡାଉନ କାରଣରୁ ବ୍ୟବସାୟ ଠିକରେ ହେଇ ପାରୁନାହିଁ ବୋଲି କହିଛନ୍ତି କୁରେସି ଙ୍କର ପୁଅ  ଅଲି । ବହୁ ପୂର୍ବରୁ ପାଇଥିବା ଗ୍ରାମୀଣ ଆବାସ ଘରଟି ଅତ୍ୟଧିକ ପୁରୁଣା ହୋଇଯାଇଛି । ତେଣୁ ତାଙ୍କୁ ଏକ ନୂତନ ଆବାସ ଗୃହ ପ୍ରଦାନ କରାଯିବାକୁ ଶ୍ରୀମତୀ କୁରେସି ଙ୍କର ସ୍ତ୍ରୀ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏହି ପରିବାର ସହିତ କଥା ହେଲାପରେ ଉପଜିଲ୍ଲାପାଳ କହିଛନ୍ତି ଯେ କୁରେସି ଙ୍କର ପରିବାର ପାଇଁ ସରକାରଙ୍କର ନିୟମ ମୁତାବକ ଆହୁରି ଯଦି କିଛି କରି ପାରିବେ ତେବେ ତାଙ୍କୁ ବହୁତ ଖୁସି ଲାଗିବ । ଉପଜିଲ୍ଲାପାଳ ଙ୍କର ସହିତ ପାଇକମାଲ ତହସିଲଦାର ଶ୍ରୀ ମନୋଜ ମେହେର , BDO ଶ୍ରୀ ସୁରେନ୍ଦ୍ର ମେହେର , ABDO ଶ୍ରୀ ଭୀଷ୍ମଦେଵ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault