ହେଡଲାଇନସ୍:

 "ଜୋମାଟୋ' ଏବଂ "ସ୍ୱିଗୀ'ରେ ମିଳିବ ଓଟିଡିସିର ଖାଦ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ): କୋଭିଡ୍-୧୯ ପ୍ରଭାବ ଯୋଗୁଁ ଏବେ ସାରା ରାଜ୍ୟ ଲକ୍ ଡାଉନ୍ରୋ ସମସ୍ତେ ଘରେ ରହି କରୋନାର ଦୃଢ଼ ମୁକାବିଲା କରୁଛନ୍ତିା ସାରା ରାଜ୍ୟରେ ହୋଟେଲ୍, ମଲ୍ ପ୍ରଭୃତି ବଳ ରହିଥିବା ଯୋଗୁଁ ଖାଦ୍ୟପେୟ ପାଇବାରେ ଲୋକେ ହଇରାଣ ହେଉଛନ୍ତିା ବିଶେଷ ଭାବେ ଏକାକୀ ରହୁଥିବା ବ୍ୟକ୍ତି ତଥା କର୍ମଜୀବୀମାନେ ଏଥିରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦୃଷ୍ଟିକୁ ଆସୁଛିା ଏପରି ଏକ ଘଡ଼ିସନ୍ଧି ସମୟରେ ଘରେ ଘରେ ସୁସ୍ୱାଦୁ ଖାଦ୍ୟ ପହଞ୍ଚାଇବା ପାଇଁ ଓଟିଡ଼ିସି ଏକ ନୂତନ ପ୍ରୟାସ ଆରମ୍ଭ କରିଛି- "ପସନ୍ଦ ଆପଣଙ୍କର, ରୋଷେଇ ଆମର' | ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରାମର୍ଶ କ୍ରମେ ନିଗମ "ଜୋମାଟୋ' ଓ "ସ୍ୱିଗୀ' ପରି ଦୁଇ ପ୍ରମୁଖ ଲୋକପି୍ରୟ ଅନ୍ଲାଇନ୍ ଖାଦ୍ୟ ଡେଲିଭରୀ ସଂସ୍ଥା ସହିତ ଓଟିଡିସିର ଅଧ୍ୟକ୍ଷା  ଶ୍ରୀମୟୀ ମିଶ୍ର ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ହେ ମକାନ୍ତ ସାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବ ଧାନ ରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛିା ପ୍ରଥମ ପର୍ଯ୍ୟାୟରେ ନିଗମ ଦ୍ୱାରା ପରିଚାଳିତ ୪ଟି ପାନ୍ଥନିବାସ ଯଥାଭୁବନେଶ୍ୱର, କଟକ, ପୁରୀ ଓ ରାଉରକେଲା ସହରବାସୀଙ୍କୁ ଏହି ଦୁଇ ପ୍ରମୁଖ ଅନ୍ଲାଇନ୍ ମାଧ୍ୟମରେ ଦିଆଯାଉଥିବା ଡୋର୍ ଟୁ ଡୋର୍ ଅର୍ଡର ଅନୁଯାୟୀ ଖାଦ୍ୟ ଯୋଗାଇ ଦିଆଯିବା ଏହାଛଡ଼ା ପାରମ୍ପରିକ ଓଡ଼ିଆ ଗଣପର୍ବ "ରଜ'ର ପୋଡ଼ପିଠା ଓ ଅନ୍ୟାନ୍ୟ ସବୁ ପ୍ରକାର ପିଠା ମଧ୍ୟ ଏହି ଅନ୍ଲାଇନ୍ ମାଧ୍ୟମରେ ଉପଲବ୍ଧ ହେବା ଆଜି ବିଭାଗୀୟ  ମନ୍ତ୍ରୀ, ନିଗମର ଅଧ୍ୟକ୍ଷା, ପରିଚାଳନା ନିର୍ଦ୍ଦେଶ, ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀ ଏବଂ "ଜୋମାଟୋ' ଓ "ସ୍ୱିଗୀ'ର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୌପଚାରିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତିା

ଆଗାମୀ ଦିନରେ ଅନ୍ୟ ପାନ୍ଥନିବାସଗୁଡ଼ିକ ପାଇଁ ଏପରି ସେବା ଯୋଗାଇ ଦେବା ପାଇଁ ଆଉ କିଛି ପ୍ରମୁଖ ଅନ୍ଲାଇନ୍ ଖାଦ୍ୟ ବଣ୍ଟନ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଛନ୍ତିା ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ସମସ୍ତ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନ ସମ୍ଭାରକୁ ସୁଲଭ ତଥା ସଂପୂର୍ଣ୍ଣ ହାଇଜେନିକ୍ ଭାବ ରେ ଅନ୍ଲାଇନ୍ ମାଧ୍ୟମରେ ସହରବାସୀଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତିା 

 

0
0
0
s2sdefault