ହେଡଲାଇନସ୍:

"ବିନା କୋବିଦ ଟେଷ୍ଟିଙ୍ଗରେ ଓଡିଶା ପ୍ରବେଶ ମନା"  ପ୍ରସଙ୍ଗ : ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ବିନା କୋବିଦ ପରୀକ୍ଷାରେ ଓଡ଼ିଶାରେ ପ୍ରବେଶ ଅନୁମତି ଦିଆନଯାଉ ବୋଲି ଓଡିଶା ହାଇକୋର୍ଟ ଗତକାଲି ଦେଇଥିବା ଆଦେଶ ଉପରେ ସ୍ଥଗିତାଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ | ଏକ ଅର୍ଜେଂଟ ସ୍ପେସିଆଲ ଲିଭ ପିଟିସନର ଶୁଣାଣି କରି ସୁପ୍ରିମ କୋର୍ଟର ତିନିଜଣିଆ ଖଣ୍ଡପୀଠ  ଓଡିଶା ହାଇକୋର୍ଟଙ୍କ ଆଦେଶକୁ ନାପସନ୍ଦ କରିବା ସହ କାଲିର ଆଦେଶକୁ ସ୍ଥଗିତ ରଖିଛନ୍ତି | 

ସୂଚନାଯୋଗ୍ୟ ହେ କେବଳ କୋବିଦ -୧୯ ନେଗେଟିଭ ଥିବା ପ୍ରବାସୀଙ୍କୁ ରାଜ୍ୟ ଭିତରକୁ ପ୍ରବେଶ ନିଶ୍ଚିତ କରିବା ପାଇଁ  ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ  | ସାମାଜିକ କର୍ମୀ ନାରାୟଣଚନ୍ଦ୍ର ଜେନାଙ୍କ ଦ୍ୱାରା ଆଗତ ଏକ ପିଆଇଏଲର  ଶୁଣାଣି କରି ମାନ୍ୟବର ଅଦାଲତ  ଏହି ନିର୍ଦ୍ଦେଶ ଦେଇଥିଲେ  |  ଯେଉଁମାନେ ଓଡିଶା ଆସିବାକୁ ଚାହୁଁଛନ୍ତି ସେହି ରାଜ୍ୟରେ  ସେମାନଙ୍କ RT PCR ଟେଷ୍ଟ କରି ଯଦି ସେମାନଙ୍କ କୋବିଦ ନେଗେଟିଭ ଥିବା ତେବେ ସେମାନଙ୍କୁ ଆସିବା ପାଇଁ ଅନୁମତି ଦେବା ପାଇଁ କହିଥିଲେ ହାଇକୋର୍ଟ | 

0
0
0
s2sdefault