ହେଡଲାଇନସ୍:

ପେଟ୍ରୋଲ ଓ ଡିଜେଲ ଉପରେ ମୋଦି ଜିଜିଆ କର ଲଗାଇଛନ୍ତି – ସୁର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)  - ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୨୦ ବର୍ଷ ତଳକୁ ଫେରି ଆସି ୨୦ ଡଲାଇ ହୋଇଥିବା ବେଳେ ଏହାର ସୁବିଧା ଜନସାଧାରଣ ଉପଲବ୍ଧ ନକରି ପାରିବା ଏକ ଦୁଃଖଦାୟକ ଏବଂ ଜନସ୍ୱାର୍ଥ ବିରୋଧି ଘଟଣା ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି । କରୋନାର ଭୟାବହ ପରିସ୍ଥିତି ସମୟରେ ଯେତେବେଳେ ଲୋକଙ୍କ ଆର୍ଥିକ  ମାନଦଣ୍ଡ ଭୁଷୁଡି ପଡିଛି ସେତେବେଳେ ପେଟ୍ରୋଲ ଉପରେ ୧୦ ଟଙ୍କା ଓ ଡିଜେଲ ଉପରେ ୧୩ ଟଙ୍କା ଏକ୍ସାଇଜ୍ ଟିକସ ଲଦି ଦେବା ଏକ ନିର୍ଦ୍ଧୟ ନିଷ୍ପତି ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

୨୦୧୪ ପରେ ମୋଦି ସରକାର ୧୨ ଥର ତୈଳ ଦର ବୃଦ୍ଧି କରି ଜନସାଧାରଣଙ୍କ ଉପରେ ଅର୍ଥ ବୋଝ ଲଦି ଦେଇଛନ୍ତି । ବର୍ତମାନ ତୈଳ ଦର ବୃଦ୍ଧିକୁ ସାଧାରଣ ଲୋକ ମୋଦି ଟ୍ୟାକ୍ସ, ଗବର ସିଂ ଟ୍ୟାକ୍ସ ବା ଜିଜିୟା କର ବୋଲି କହୁଛନ୍ତି । ଯେତେବେଳେ ଅଶୋଧିତ ତୈଳ ଦର ଆର୍ନ୍ତଜାତିକ ବଜାରରେ ୧୨୫ ଟଙ୍କା ଥିଲା ସେତେବେଳେ କେନ୍ଦ୍ରର କଂଗ୍ରେସ ସରକାର ୭୦ ଟଙ୍କାରେ ପେଟ୍ରୋଲ ଦେଉଥିଲା । ଏବେ ଅଶୋଧିତ ତୈଳ ଦର ୨୦ ଡଲାରକୁ ଖସି ଆସିଥିବା ବେଳେ ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଦର ପାଖାପାଖି ୭୦ ଟଙ୍କା ରଖି ସାଧାରଣ ଜନତାଙ୍କ ତଂଟି ଚିପି ଅର୍ଥ ଆଦାୟ କରୁଛନ୍ତି । ଉପା ସରକାର ସମୟରେ ସାମାନ୍ୟ ତୈଳ ଦର ବୃଦ୍ଧି ହେଲେ ଉଭୟ ବିଜେପି ଓ ବିଜେଡି ପ୍ରତିବାଦ କରି ରାସ୍ତାରେ ଗଡୁଥିଲେ । ଏବେ ବିଜେପି ସରକାର ବଢ଼ାଇ ଚାଲିଛି, ହେଲେ ନବୀନ ବାବୁ ଏବଂ ବିଜେଡି ଦଳର ମୁହଁ ବନ୍ଦ । କାରଣ ଏ ଦୁଇଟି ସରକାରଙ୍କର ଗୋଟିଏ ନିଷ୍ପତି, ଯାହାକି ସାଧାରଣ ଜନତାଙ୍କର ତଂଟି ଚିପି ଅର୍ଥ ଆଦାୟ କରିବା । ଜନସାଧାରଣ ଏବେ ୩୦/୪୦ ଟଙ୍କାରେ ପେଟ୍ରୋଲ ଓ ଡିଜେଲ ପାଆନ୍ତେ । ମାତ୍ର କେନ୍ଦ୍ର ଓ ଓଡିଶାର ରାଜ୍ୟ ସରକାର ଏହା କରାଇ ଦେଲେ ନାହିଁ । ୭୦ ଟଙ୍କା ପେଟ୍ରୋଲ ଓ ଡିଜେଲ ଦରରେ ମୋଦି ଓ ନବୀନ ଟିକସ ୫୦ ଟଙ୍କା ପଡିଯାଉଛି ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ୨୦୧୪ ଏପି୍ରଲ୍ ପରେ ପେଟ୍ରୋଲ ଟିକସ ପରିମାଣ ୨୪୮ ପ୍ରତିଶତ ଓ ଡିଜେଲର ୭୯୪ ପ୍ରତିଶତ ବଢ଼ିଛି । ଏହା ଉପରେ ଆମ ରାଜ୍ୟ ସରକାର ମଧ୍ୟ ଆଖିବୁଜା ଟିକସ ବଢାଇଛନ୍ତି । ଯେହେତୁ ପେଟ୍ରୋଲ ଓ ଡିଜେଲ ଦର ଖାଉଟିଙ୍କ ପାଖରେ ଅପରିବର୍ତିତ ରହିଛି, ହେଲେ ଖାଉଟିଙ୍କୁ ଅନ୍ଧାରରେ ରଖାଯାଇଛି । ଯେଉଁ ରେଟ୍ରେ ଖାଉଟି ପେଟ୍ରୋଲ ଓ ଡିଜେଲ ଏବେ କିଣୁଛନ୍ତି ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ତା’ର ଅଧା ରେଟ୍ରେ ସେମାନେ ପାଇବା କଥା । ମାତ୍ର ଉଭୟ ମୋଦି ଓ ନବୀନ ସରକାର ଏକ ଜନସ୍ୱାର୍ଥ ବିରୋଧି ସରକାର ହୋଇଥିବାରୁ ସାଧାରଣ ଜନତା କମ୍ ଦାମରେ  ପେଟ୍ରୋଲ ଓ ଡିଜେଲ ପାଇପାରୁ ନାହାନ୍ତି । ଏହା ସ୍ପଷ୍ଟ ଯେ ବର୍ତମାନ ବିଶ୍ୱରେ ବିଭିନ୍ନ ଦେଶ ତୁଳନାରେ ତୈଳ ଦର ଉପରେ ମୋଦି ସରକାର ସର୍ବାଧିକ ଟ୍ୟାକ୍ସ ନେଉଛନ୍ତି ବୋଲି ଶ୍ରୀ ରାଉତରାୟ କହିଛନ୍ତି | 

0
0
0
s2sdefault