ହେଡଲାଇନସ୍:

ଅସହାୟ ବ୍ୟକ୍ତିଙ୍କୁ ଶୁଖିଲା ଖାଦ୍ୟ ସମଗ୍ରୀ ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ଶାସକ ପ୍ରଶାସକ :-ଲକଡାଉନ ଆରମ୍ଭ ହେବା ପରଠାରୁ ବରଗଡ଼ ଜିଲ୍ଲା ଦୀପ୍ତିପୁରର ଜୟ ଯବାନ କ୍ଲବ ଓ ଟାଲର ଜଟାଧାରୀ ଯୁବକ ସଙ୍ଘ ତରଫରୁ ପଦ୍ମପୁର ଉପଖଣ୍ଡର ବିଭିନ୍ନ ଗ୍ରାମରେ ରହିଥିବା ଅସହାୟ ଓ ଅତି ଗରିବ ଶ୍ରେଣୀର ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଉଭୟ କ୍ଲବର ସଭ୍ୟ ମାନେ ଗାଁ ଗାଁ ବୁଲି ନିୟମିତ ଭାବରେ ଅସହାୟଲୋକଙ୍କର ପାଖକୁ ପହଂଚି ତାଙ୍କୁ ସାହାଯ୍ୟ କରୁଛନ୍ତି । 

        ଏହିକ୍ରମରେ ଆଜି ଉଭୟ କ୍ଲବର ସଭ୍ୟ ମାନେ ପ୍ରଥମେ ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ବୃଦ୍ଧାଶ୍ରମକୁ ପହଂଚି  ସେଠାରେ ଥିବା ଅନ୍ତେବାସୀଂକୁ  ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହିତ ନୂତନ ବସ୍ତ୍ର ମଧ୍ୟ ପ୍ରଦାନ କରିଥିଲେ । ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଓ ଝାରବନ୍ଧ ତହସିଲଦାର ଶ୍ରୀ ପର୍ଶୁରାମ ଆର୍ଯ୍ୟନ ପଣ୍ଡାଙ୍କ ଦ୍ୱାରା ସାମଗ୍ରୀ ଗୁଡିକ ପ୍ରଦାନ କରାଯାଇଥିଲା । ସେହିଭଳି ବଇଦପାଲି  ଓ ଚୁହାପାଲି ଗ୍ରାମରେ ଡ଼ିଏସପି  ଶ୍ରୀ ଦିନେଶ ନାଏକଙ୍କର ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ କରାଇଥିଲେ ଉଭୟ କ୍ଲବର ସଭ୍ୟ ମାନେ । ଲକଡାଉନ ଚାଲିଥିବା ପର୍ଯ୍ୟନ୍ତ  କେହି ଯେମିତି ଭୋକିଲା ନରହିବେ ସେଥିପ୍ରତି ଉଭୟ କ୍ଲବର ସଭ୍ୟ ମାନେ ସଚେତନ ଅଛନ୍ତି ବୋଲି କହିଥିଲେ ଉଭୟ କ୍ଲବର ସଭ୍ୟ ମାନେ । ଉଭୟ କ୍ଲବର ସଞ୍ଜୟ ବଢ଼େଇ , ଧୀରେନ ବିଶ୍ୱାଳ , ହୃଷିକେଶ ସାହୁ , ଡମ୍ବରୁ ପ୍ରଧାନ , ଅନୀଲ ଗଡତିଆ , ମୁକେଶ ବେରିଆ, ଜ୍ୟୋତିକାନ୍ତ ସାହୁ , ସୁଶୀଲ ସାହୁ , ଅନ୍ତ ପ୍ରଧାନ , ନୀଳମଣି ସାହୁ , ଆନନ୍ଦ ପ୍ରଧାନ , ସୁନୀଲ ସାହୁ , ପିଣ୍ଟୁ ମୁଖୀ , ରୋସନ ପାଣିଗ୍ରାହୀ, ପରମାନନ୍ଦ ବାରିକ , ବୈଜୁ ସାହୁ , କୁନା ବାରିକ , ବୃନ୍ଦାବନ ବାରିକ , ଚନ୍ଦନ ସାହୁ ,ଚେତନ ଜୈନ, ହର୍ଷିତ ଗୋୟଲ , ଅନୀଲ ସାହୁ ,ବାବୁଲୁ ସୁନା , କଂଗ୍ରେସ ସାହୁ ପ୍ରମୁଖ ଲକଡାଉନ ହେବା ପରଠାରୁ ପ୍ରତ୍ୟେକ ଦିନ ଏହି ସେବା ଜାରି ରଖିଛନ୍ତି । ପାଇକମାଲ ତହସିଲଦାର, ଝାରବନ୍ଧ ତହସିଲଦାର ତଥା ଡ଼ିଏସପି  ଶ୍ରୀ ନାଏକ ଉଭୟ କ୍ଲବର ସଭ୍ୟ ମାନଙ୍କର ଏହି ମହତ କାର୍ଯକୁ ପ୍ରସଂଶା କରିବା ସହିତ ଯୁବକ ମାନଙ୍କର ଏହି ମହତ କାର୍ଯ୍ୟ ଯୁବସମାଜକୁ ନିଃସ୍ୱାର୍ଥପର ସେବା କାର୍ଯ୍ୟ କରିବାକୁ ପ୍ରେରଣା ଦେବ ବୋଲି କହିଛନ୍ତି ।

0
0
0
s2sdefault