ହେଡଲାଇନସ୍:

ରାଜ୍ୟ ଆଇଟି ସେଲ ମୁଖ୍ୟଙ୍କ ସହ ଆଲୋଚନା କଲେ ରେଙ୍ଗାଲି ନିର୍ବାଚନମଣ୍ଡଳୀ ଯୁବ ଆଇ.ଟି ସଂଯୋଜକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କୋଭିଡ୍ ୧୯ କରୋନା ଭାଇରସ୍ ର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତାର ବାସ୍ତବ ପ୍ରତିପାଦନ ଉପରେ ଗୁରୁତ୍ୱ  ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଯେ କୌଣସି ମତେ କରୋନାକୁ ହରାଇବାକୁ ପଡିବ ଏଭଳି ଆଭିମୁଖ୍ୟ ନେଇ ଆଗକୁ ଆଗେଇ ଆସିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପେକ୍ଷୀରେ ରେଙ୍ଗାଲି ବିଜୁ ଯୁବ ଜନତା ଦଳ ନିର୍ବାଚନ ମଣ୍ତଳୀ ସ୍ତରୀୟ ଆଇ.ଟି ସେଲ ସଂଯୋଜକ ସନ୍ଦୀପ ଶର୍ମାଙ୍କ ସହ ରାଜ୍ୟ ବିଜେଡି ଆଇ.ଟି ସେଲ ମୁଖ୍ୟ ସାଂସଦ ଅମର ପଟ୍ଟନାୟକଙ୍କ ଭି.ସି.ମାଧ୍ୟମରେ କୋଭିଡ୍ ୧୯ ର ସଫଳ ମୁକାବିଲା ନିମନ୍ତେ ବ୍ୟାପକ ଆଲୋଚନ  କରିଛନ୍ତି l ସାଧାରଣ ଜନତାଙ୍କ  ସ୍ୱାସ୍ଥ୍ୟ ସୁରକ୍ଷା ଆଗରେ ସବୁ ତୁଛ । ଏହି ଯୁଦ୍ଧରେ ବାସ୍ତବ ପ୍ରତିଫଳନ ଉପରେ ଗୁରୁତ୍ୱ ଦେଇଥିବା ରାଜ୍ୟ ଶାସନର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଏହି ବାର୍ତ୍ତାକୁ ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତରରେ ଥିବା ସମସ୍ତ ଆଇ.ଟି ମୁଖ୍ୟ ନିକଟରେ ଏହି ବାର୍ତ୍ତା ପହଁଞ୍ଚିବା ବାଞ୍ଛନୀୟ । ସେହି ଅନୁସାରେ ସମସ୍ତ ବିଜେଡି ଆଇ.ଟି ସେଲ୍ ର କର୍ମକର୍ତ୍ତା ଆଗେଇ ଆସିବା ଉଚିତ୍ ବୋଲି ସମଗ୍ର ୧୪୭ଟି ନିର୍ବାଚନ ମଣ୍ତଳୀର ଆଇ.ଟି.ସେଲ ମୁଖ୍ୟଙ୍କ ସହ ରାଜ୍ୟ ଆଇ.ଟି ସେଲ୍ ମୁଖ୍ୟ ରାଜ୍ୟସଭା ଏମ.ପି. ଅମର ପଟ୍ଟନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା ଜାରି ରଖିଥିବା ବେଳେ ପ୍ରକାଶ କରିଥିଲେ l ଏହା ସହିତ ସମ୍ବଲପୁର ଜିଲ୍ଲାର ୪ଟି ନିର୍ବାଚନ ମଣ୍ତଳୀର ସମସ୍ତ ମୁଖ୍ୟଙ୍କ ସହିତ ମଧ୍ୟ  ଭି.ସି. ମାଧ୍ୟମରେ ଆଲୋଚନା କରିଥିଲେ  ଆଇ.ଟି.ସେଲ୍ ମୁଖ୍ୟ ଶ୍ରୀ ପଟ୍ଟନାୟକ ।

0
0
0
s2sdefault