ହେଡଲାଇନସ୍:

କରୋନାର ତାତିଲା ତାୱାରେ ଗଂଜାମ : ଆଜିର ୧୯ ପଜିଟିଭ ଭିତରୁ ୧୮ ସୁରାଟ ଓ ଜଣେ କେରଳ ଫେରନ୍ତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁରାଟ ଫେରନ୍ତା ହଜେଇଲେଣି ପ୍ରଶାସନର ନିଦ 

ଭଦ୍ରକରେ ୨ ଓ କେନ୍ଦ୍ରାପଡାରେ ୫ ସୁରଟ ଫେରନ୍ତା ପଜିଟିଭ  

ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନାର କୋଳାହଳ ଭିତରେ ପୁରା ଚର୍ଚ୍ଚାର ବାହାରେ ଥିଲା ଗଂଜାମ ଜିଲ୍ଲା | ହେଲେ ଏବେ ସମସ୍ତଙ୍କ ନଜର କେନ୍ଦ୍ରିତ ଗଂଜାମ ଜିଲ୍ଲା ଉପରେ | ସୁରାଟ ପ୍ରବାସୀଙ୍କ ଲେଉଟାଣି ପରେ ଯେଉଁ ଭାବରେ କରୋନା ତାର ଗତି ବଢ଼ାଇଛି, ତାହା ବଢ଼ାଇଦେଇଛି ପ୍ରଶାସନର ଚିନ୍ତା | ଆଉ ହଜାଇ ଦେଇଛି ସମସ୍ତଙ୍କ ନିଦ | ଗୋଟିଏ ପରେ ଗୋଟିଏ ମଜଭୁତ ପାହାର | ଗତକାଲି ରାଜ୍ୟ ସରକାର ଗଞ୍ଜାମକୁ ରେଡ ଜୋନ ଘୋଷଣା କଲାପରେ ସତେ ଯେମିତି ଅମାନିଆ ହୋଇଯାଇଛି କରୋନା | ଆଉ ଆଜି ନୂଆ ୧୯ କରୋନା ପଜିଟିଭ ସହ ଜିଲ୍ଲାରେ ସଂଖ୍ୟା ପହଂଚିଛି ୪୭ରେ | ଆଜି ୧୯ ଜଣଙ୍କ ମଧ୍ୟରୁ ୧୮ ଜଣ ସୁରଟ ଫେରନ୍ତା ହୋଇଥିବା ବେଳେ ଜଣେ କେରଳ ଫେରନ୍ତା | ସେମାନଙ୍କ ବୟସ ଯଥାକ୍ରମେ ୨୬, ୪୫, ୨୧, ୩୮, ୪୦, ୩୩, ୪୫, ୩୧, ୨୩, ୪୭, ୩୫, ୨୪ , ୩୦, ୧୮, ୨୯, ୫୭ , ୩୮, ୩୧ ଓ ୫୮ ବର୍ଷ | 

ସେହିପରି ଭଦ୍ରକରେ  ବି ଦୁଇଜଣ ସୁରଟ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯେଉଁମାନଙ୍କ ବୟସ ଯଥାକ୍ରମେ ୨୧ ଓ ୪୧ ବର୍ଷ | କେନ୍ଦ୍ରାପଡାରେ ବି ଏକାଥରେ ୫ ସୁରାଟ ଫେରନ୍ତା ପଜିଟିଭ | ସେମାନଙ୍କ ବୟସ ଯଥାକ୍ରମେ ୩୨, ୩୩, ୨୭, ୩୫ ଓ ୩୧ | 

ଏହି ଅପଡେଟକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ପହଂଚିଛି ୨୪୫ରେ | 

0
0
0
s2sdefault