ହେଡଲାଇନସ୍:

ଚିତ୍ର ରେ ସଚେତନତା ର ବାର୍ତା ବାଣ୍ଟୁଛନ୍ତି ଦୁଇ ଯୁବକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହାଟଡିହି, /ମକରଧ୍ୱଜ ଜେନା -କରୋନା ରୋଗ କୁ ମୁକାବିଲା ଲାଗି ସମଗ୍ର ବିଶ୍ୱ ଏବେ ଏକଜୁଟ ହୋଇଛି. ସମସ୍ତେ ସାହାଯ୍ୟ ଓ ସହାୟତା ର ହାତ ବଢା଼ଉଛନ୍ତି । ଏହି ପରିପେକ୍ଷୀ ରେ  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳ ରେ ଦୁଇ ଜଣ ଯୁବକ ଚିତ୍ର ମାଧ୍ୟମରେ କରୋନା ରୋଗ ର ସଚେତନତା ବାର୍ତା ବାଣ୍ଟୁଛନ୍ତି.ଏମାନେ ନିଜ କୁ କରୋନା ଯୁଦ୍ଧ ରେ ଯୋଦ୍ଧା ଭାବେ ପ୍ରତିପାଦିତ କରିବାରେ ସକ୍ଷମ ହୋଇଛନ୍ତି.। ରମ୍ପାସ ପଞ୍ଚାୟତ ର ସୁଶାନ୍ତ ଜେନା ଓ ଦିଗନ୍ତ ଜେନା ନିଜ ଚିତ୍ର ତୁଳି ରେ ଲୋକଙ୍କୁ ସଚେତନ କରିଚାଲିଛନ୍ତି.। ଲୋକଙ୍କ କୋଠା ଘର କାନ୍ଥ ରେ ଏମାନେ  ଆକର୍ଷଣୀୟ ଚିତ୍ର  କାଟି ପେଟ ପୋଷିଥାନ୍ତି.ନିଜର ପରିଶ୍ରମ ରୁ ରୋଜଗାର କରିଥିବା ଟଙ୍କା ରେ ରଙ୍ଗ ଓ ତୁଳି କିଣିଛନ୍ତି. । ଆଉ ଚିତ୍ର କାଟି କରୋନା ମୁକାବିଲା ପାଇଁ ଆହ୍ୱାନ ଦେଇଛନ୍ତି.  ଗରିବ ହେଲେ ବି ଅର୍ଥ ଅଭାବ ଏମାନଙ୍କ ମନୋବଳ କୁ ହରାଇ ପାରିନି. ରମ୍ପାସ, ଆମବୋ, ସମଣା, କରୋଗଳା, ଇଂଚଳ, ସୁଲଣ ପ୍ରଭୃତି ପଞ୍ଚାୟତ ମାନଙ୍କ ରେ ଥିବା ସରକାରୀ ଓ ବେସରକାରୀ ପ୍ରାଚେରୀ କାନ୍ଥ ମାନଙ୍କ ରେ କରୋନା ପ୍ରତି ଆତଙ୍କିତ ନ ହୋଇ ସଚେତନ ରହିବା ର ବାର୍ତା ଦେଉଛନ୍ତି.। ଯଦି ସରକାରୀ କିମ୍ବା ବେସରକାରୀ ସାହାଯ୍ୟ ଓ ସହାୟତା ଯୋଗାଇ ଦିଆ ଗଲେ ନିଜର ଏପରି ପ୍ରୟାସ କୁ  ଆହୁରି ବ୍ୟାପକ କରି ହେବ ବୋଲି ଏହି ଦୁଇ ଯୁବକ କହିଛନ୍ତି.।

0
0
0
s2sdefault