ହେଡଲାଇନସ୍:

ଅଗ୍ନି ବିପନ୍ନଙ୍କୁ ସହାୟତା କଲେ ଭାଜପା  ବିଧାୟକ ପ୍ରାର୍ଥୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାଟଡିହି(ମକରଧ୍ବଜ ଜେନା)-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ଵର ପଞ୍ଚାୟତ ଡ଼ିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗତ ଗୁରୁବାର 5 ଟି ପରିବାର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିଲେ | ମଙ୍ଗଳବାର  ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଉକ୍ତ ଗ୍ରାମ କୁ ଯାଇ ଅଗ୍ନି ବିପନ୍ନଙ୍କୁ ଭେଟି ଥିଲେ | ସୁରେନ୍ଦ୍ର ପ୍ରଧାନ, ସୁବାଷ ପ୍ରଧାନ, ଖଗେଶ୍ୱର ପ୍ରଧାନ, ନରେନ୍ଦ୍ର ପ୍ରଧାନ, ନବୀନ ପ୍ରଧାନ ପ୍ରମୁଖ ପରିବାରକୁ ବସ୍ତ୍ର, ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରି ସମବେଦନା ଜଣାଇଥିଲେ | ଅଗ୍ନି ବିପନ୍ନ କିପରି ସମସ୍ତ ସରକାରୀ ସାହାଯ୍ୟ ଓ ସହାୟତା ପାଇବେ ଏବଂ ଅଗ୍ନି ବିପନ୍ନଙ୍କ ର ବିଭିନ୍ନ ସମସ୍ୟା, ଅସୁବିଧା ସମ୍ପର୍କରେ ଜିଲା ଓ ବ୍ଲକ ପ୍ରଶାସନ ନିକଟରେ ଦାବି କରିବେ ବୋଲି ଆଲୋକ କହିଛନ୍ତି | ହରମୋହନ ସାଶିନୀ, ବଳଭଦ୍ର ବାରିକ, ରବୀନ୍ଦ୍ର ମଲିକ, ରମାକାନ୍ତ ନାୟକ, ତୁଷାର ମହାପାତ୍ର, ଆଲୋକ ଦାସ, ପ୍ରଶାନ୍ତ ସା, ରାଜେଶ ସେଠି, ପର୍ଶୁରାମ ଜେନା, ଅନନ୍ତ ବେହେରା, ସୌଭାଗ୍ୟ ଖଣ୍ଡେଇ ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault