ହେଡଲାଇନସ୍:

ଚାଲି ଚାଲି ଯାଉଛନ୍ତି କଲିକତା ଅଞ୍ଚଳର ଶ୍ରମିକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାଟଡ଼ିହି,(ମକରଧ୍ବଜ ଜେନା) -କେନ୍ଦୁଝର ଜିଲ୍ଲା  ହାଟଡ଼ିହି ବ୍ଲକ ଛେନାପଦି-ହଦଗଡ଼ ରାସ୍ତାରେ ବାହାର ରାଜ୍ୟର 12 ଜଣ  ଶ୍ରମିକ ନିଜ ଘରକୁ ଚାଲି ଚାଲି ଯାଉଛନ୍ତି | ବଣିଆପଙ୍କ ଅଞ୍ଚଳ ରେ କାର୍ଯ୍ୟ କରୁଥିବା  କିଛି କଲିକତା ଶ୍ରମିକ ନିଜ ଘର ଅଭିମୁଖେ ବାହାରିଛନ୍ତି | ଏହି ଶ୍ରମିକ ମାନେ କହିଛନ୍ତି ଯେ ସେମାନେ ଏକ ରାଇସ ମିଲରେ କାର୍ଯ୍ୟ କରୁଥିଲେ | ଏବେ ମିଲ କାର୍ଯ୍ୟ ଚାଲୁ ନାହିଁ | ସକାଳୁ ଚାଲି ଚାଲି 30 କିମି ଆସିଲୁଣି | ଆମକୁ 100 କିମି ଚାଲି ଚାଲି ଆନନ୍ଦପୁର ଦେଇ ଯାଜପୁର ରୋଡ ଯିବୁ | ସେଠାରୁ ମାଲବାହି ରେଳ କିମ୍ବା ଆଳୁ ଟ୍ରକରେ ନିଜ ଅଞ୍ଚଳ କୁ ଯିବୁ | କିନ୍ତୁ ମିଲ ମାଲିକ ଏହି ଶ୍ରମିକ ଙ୍କ ପାଇଁ କୌଣସି ଗାଡିର ବ୍ୟବସ୍ଥା କରାଇ ନ  ଥିବାରୁ ଶ୍ରମିକ ମାନେ ଦୁଃଖ ପ୍ରକାଶ କରିଥିଲେ |  ପ୍ରଶାସନ ଏମାନଙ୍କ ପ୍ରତି ଦୃଷ୍ଟି ଦେଇ ସୁବିଧା ଯୋଗାଇ ଦେବା କୁ ଦାବି ହୋଇଛି | 

0
0
0
s2sdefault