ହେଡଲାଇନସ୍:

କୋବିଦ ପରିପ୍ରେକ୍ଷୀରେ ଡ଼ ଶ୍ରୀନାଥ ରେଡ୍ଡୀ ଭିଡିଓ କନଫରେନସିଂରେ ଦେବେ ପରାମର୍ଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୋଟାଏ ଫୋରମରେ ସାମିଲ ହେବେ ରାଜ୍ୟ ଠାରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଅଧିକାରୀ

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟରେ କରୋନାର ବ୍ୟାପକତା ପରିପ୍ରେକ୍ଷୀରେ ଏହି ଲଢ଼େଇକୁ ଅଧିକ ପାରଦର୍ଶୀ ଢଙ୍ଗରେ କେମିତି ଲଢ଼ି ହେବ ତାହାରି ଉପରେ ଆଜି ଆଲୋଚନା କରିବେ  ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା,ପବ୍ଲିକ ହେଲ୍ଥ ଫାଉଣ୍ଡେସନ ଅଫ ଇଣ୍ଡିଆ ସଭାପତି , ରାଜ୍ୟ ସରକାରଙ୍କ ପରାମର୍ଶଦାତା ସର୍ବୋପରି ଭାରତ ସରକାରଙ୍କ ଦ୍ୱାରା ଗଠିତ କୋବିଦ ୧୯ ପରାମର୍ଶଦାତାମଣ୍ଡଳୀର ବିଶେଷଜ୍ଞ ସଦସ୍ୟ ଡ଼ ଶ୍ରୀନାଥ ରେଡି | କୋବିଦ ପରିଚାଳନାରେ ସମ୍ପୃକ୍ତ ଥିବା ମନ୍ତ୍ରୀ, ଅଧିକାରୀମାନଙ୍କୁ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଉଦ୍ବୋଧନ ଦେବେ ଡ଼ ରେଡ୍ଡୀ |  ଅନୁଷ୍ଠିତ ହେବାକୁ ଥିବା ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ପ୍ରଶାସକ, ପୋଲିସ ଅଧିକାରୀ, ସ୍ୱାସ୍ଥ୍ୟବିଭାଗ ଅଧିକାରୀ, ଜିଲ୍ଲାପାଳ ଆଦି ଅଂଶ ଗ୍ରହଣ କରିବେ | ହରିୟାନାର ଗୁରୁଗାଓଁ ଠାରୁ ଶ୍ରୀ ରେଡି ଏହି ଆଲୋଚନାରେ ଅଂଶ ଗ୍ରହଣ କରୁଥିବା ବେଳେ ମୁକଜ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ, ୧୩ ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଭିସି ହାଲରୁ , ୭  ଜଣ ମନ୍ତ୍ରୀ ଲୋକସେବା ଭବନ ଦ୍ଵିତୀୟ ମହଲାରୁ, ମୁଖ୍ୟ ସଚିବଓ ଅନ୍ୟ ସଚିବ ମାନେ ତୃତୀୟ ମହଲା କନ୍ଫରେନ୍ସ ହଲରୁ, ଡିଜି ଓ ଅନ୍ୟ ବରିଷ୍ଠ ଆଇପିଏସ ମାନେ ଡିଜି ଅଫିସରୁ, ସିପି ଓ ବରିଷ୍ଠ ଆଇପିଏସମାନେ ସିପି ଅଫିସ ଓ ଇଣ୍ଟେଲିଜେନ୍ସ ଅଫିସରୁ, ଆର୍ଡିସି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆରଡିସି କାର୍ଯ୍ୟାଳୟରୁ, ଜିଲ୍ଲାପାଳ, ଏସପି , ଡ଼ିଏଫଓ, ଏଡ଼ିଏମ/ପିଡି ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଭିସି ହଲରୁ, କିଛି ଆଇଏଏସ ଅଫିସର ଦ୍ଵିତୀୟ ମହଲାରୁ, ବରିଷ୍ଠ ଆଇଏଫଏସ ଅଧିକାରୀମାନେ କୃଷି ଭବନରୁ, କିଛି ଓଏଏସ ଓକାକରୁ, ବରିଷ୍ଠ ସେଆସ୍ଥ ଅଧିକାରୀ ମାନେ ଏନଏଚଏମ କାର୍ଯ୍ୟାଳୟରୁ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଭିସି ହଲରୁ ଭିଡିଓ କନଫରେନସିଂ ମାଧ୍ୟମରେ ଡ଼ ରେଡ଼ିଙ୍କ ଆଲୋଚନାରେ ଅଂଶଗ୍ରହଣ କରିବେ | ପୂର୍ବରୁ ଏମ୍ସର କାର୍ଡିଓଲୋଜି ବିଭାଗ ମୁଖ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ୟାନେଲର ସଦସ୍ୟ, ୱାର୍ଲଡ ହାର୍ଟ ଫାଉଣ୍ଡେସନର ସଭାପତି  ଭାବେ   କାର୍ଯ୍ୟ କରିଥିବା ପଦ୍ମଭୂଷଣ ସମ୍ମାନ ବିଜେତା ଡ଼ ରେଡ଼ିଙ୍କ ଏହି ଗୁରୁତ୍ବପୂର୍ଣ ଆଲୋଚନା ସମ୍ପ୍ରତି ରାଜ୍ୟ ସରକାରଙ୍କ କରୋନା ବରୋଧୀ ଲଢ଼େଇକୁ ଅଧିକ ମାର୍ଗଦର୍ଶନ ଦେଇପାରେ ବୋଲି ଆଶା କରାଯାଉଛି | ସୂଚନାଯୋଗ୍ୟ ହେ ଶ୍ରୀ ରେଡ଼ିଙ୍କୁ  ମାର୍ଚ ୨୦୧୭ରେ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମର୍ଯ୍ୟାଦା ଦେଇ  ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା | 

ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷଜ୍ଞ ଭାବେ ଜଣାଶୁଣା ଡ଼  ଶ୍ରୀନାଥ ରେଡି କୋବିଦ ୧୯ ପରିପ୍ରେକ୍ଷୀରେ କେୟାର, କଣ୍ଟନମେଣ୍ଟ, ଟ୍ରେଣ୍ଡ  ଆନାଲିସିସ, ଲକ ଡାଉନ  ଇମ୍ପାକ୍ଟ  ଉପରେ ମାର୍ଗଦର୍ଶନ କରି ଆସୁଛନ୍ତି |

0
0
0
s2sdefault