ହେଡଲାଇନସ୍:

ପ୍ରଥମ ଅପଡେଟରେ ଚମକେଇଦେଲା ଭଳି ଖବର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୟୁରଭଞ୍ଜରେ ପଶିଲା କରୋନା,  ଗଞ୍ଜାମରେ ଏକାଥରେ ସତର 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପ୍ରବାସୀଙ୍କ ଲେଉଟାଣି ପରର ପ୍ରଭାବ | ବହୁଦିନ ଧରି ଚୁପଚାପ ଥିବା ଗଂଜାମ ଜିଲ୍ଲାକୁ ଏବେ ଜବରଦସ୍ତ ଭାବେ ଦୋହଲାଇ ଦେଇଛି କରୋନା | ଆଜି ମେ ୭ ତାରିଖର ପ୍ରଥମ ଅପଡେଟରେ ଏକାଥରେ ୧୭ ଜଣ ସୁରାଟ ଫେରନ୍ତା କରୋନା ପଜିଟିଭ ଚିହ୍ନଟ | ସେମାନଙ୍କ ମଧ୍ୟରେ ଅଛନ୍ତି ୧୬ ପୁରୁଷ ଓ ଜଣେ ମହିଳା | ପୁରୁଷ ମାନଙ୍କ ବୟସ  ଯଥାକ୍ରମେ ୨୭, ୨୭, ୨୦, ୩୮ , ୨୩ ,୨୯ , ୫୦, ୩୦, ୨୯, ୨୧, ୪୩, ୪୩, ୩୯,  ୪୬,  ୧୮, ୨୪ ଓ ମହିଳାଙ୍କ ବୟସ ୨୦ ବର୍ଷ | 

ସେହିପରି ମୟୁରଭଂଜରେ ପଶିଲା କରୋନା | ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଜିଲ୍ଲାରୁ | ସେମାନଙ୍କ ବୟସ ୨୧, ୩୬ ଓ ୪୪ ବର୍ଷ | ଏମାନେ ବି ସୁରାଟ ଫେରନ୍ତା | ସେମାନେ କପ୍ତିପଦା ବ୍ଲକ ପିଙ୍ଗୁ ଅଂଚଳରୁ ୨ ଜଣ ଓ ପୋଡାଡିହ ଅଂଚଳରୁ ଜଣେ | ଗୋଟାଏ ଦଫାରେ ସୁରାଟରୁ ୫୨ ଜଣ ଫେରିଥିବା ବେଳେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା | ସେମାନଙ୍କ ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା |  

0
0
0
s2sdefault