ହେଡଲାଇନସ୍:

କୋରୋନା ଯୋଦ୍ଧା ଅଗ୍ନିସମ ସେବା କର୍ମଚାରୀଙ୍କୁକୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କଲେ ସୁର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଟଣୀ-(ଶାସକ ପ୍ରଶାସକ): ମହାମାରୀ ସଂକ୍ରମଣ କୋରୋନା କୁ ପ୍ରତିହତ କରିବା ପାଇଁ କାର୍ଯ୍ୟ କରୁଥିବା ଜଟଣୀ ଅଗ୍ନିସମ ସେବା କେନ୍ଦ୍ର ର ସମସ୍ତ କର୍ମଚାରୀ କରୋନା ଯୋଦ୍ଧା ପରି କାର୍ଯ୍ୟ କରିଥିବାରୁ ଜଟଣୀ ନାଗରିକ କମିଟି ପକ୍ଷରୁ ସେମାନଙ୍କୁ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ  ବିଧାୟକ ସୁରେଶ କୁମାର ରାଉତରାୟ ପୁଷ୍ପଗୁଚ୍ଛ ଓ ଉତ୍ତରିୟ ଦେଇ ସମର୍ଦ୍ଧିତ କରିଥିଲେ।ଏହି ଅବସରରେ ସେମାନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରି ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଉଚ୍ଚ ପ୍ରଶଂସା କରିଥିଲେ। ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ଜଣେ ଜଣେ କରୋନା ଯୋଦ୍ଧା ପରି ଅତି ନିଷ୍ଠାର ସହିତ କାର୍ଯ୍ୟ କରି ଜଟଣୀ ଅଞ୍ଚଳକୁ ମାହାମାରି କୋରୋନା କୁ  ରୋକିବା ପାଇଁ ଭଲଭାବେ ପାଣି ଓ ବିଲୀଚୀଙ୍ଗ ପାଉଡର ରେ ରାସ୍ତାଘାଟ,ଦୋକାନ  ବଜାର ଆଦି ବିଶୋଧନ କରିଛନ୍ତି।

   ସେହିପରି ଆଜି  ଜଟଣୀରେ ଫ୍ଲାଏ ଓଭର ବ୍ରିଜ ରେ କାର୍ଯ୍ୟ କରୁଥିବା ଶ୍ରମିକ ଯେଉଁମାନେ କି ଅନ୍ୟ ରାଜ୍ୟ ରୁ ଆସି ଦୀର୍ଘଦିନ ଧରି କାମ କରୁଛନ୍ତି ସେମାନଙ୍କୁ  ବି ବିଧାୟକ ଶ୍ରୀ ରାଉତରାୟ ମାସ୍କ ଓ ସାନିଟାଇଜର ସହ ଅତ୍ୟାବ୍ୟଶ୍ୟକ ଶୁଖିଲା ଖାଦ୍ୟ ସାମଗ୍ରୀ ଦେଇଥିଲେ। ସୂଚନାଯୋଗ୍ୟ ,  ଲକଡାଉନ ଘୋଷଣା ଦିନଠାରୁ  ଜଟଣୀ ନାଗରିକ କମିଟି ପ୍ରତ୍ୟେକ ଦିନ ଗରିବ ଲୋକ,ଶ୍ରମିକ,ଦିନ ଦରିଦ୍ର,ସଫେଇ କର୍ମଚାରୀ,ଅବହେଳିତ ନିଷ୍ପେସିତ ଲୋକଙ୍କୁ ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ଦେଇ ଆସୁଛନ୍ତି।

  ଆଜି ଅନୁଷ୍ଠିତ ସମସ୍ତ କାର୍ଯ୍ୟକର୍ମରେ ଅନ୍ୟ ମାନଙ୍କ ମଧ୍ୟରେ କଳିଙ୍ଗ ସାହୁ,ସୁଲୁ ରଥ,ସଂଗ୍ରାମ ରାଉତରାୟ,ସମ୍ବିତ ମଙ୍ଗରାଜ,ଲିଟୁ ଶତପଥି,ଅନନ୍ତ ବେହେରା,ଆଲୋକ ମହାନ୍ତି,ନୌଷର ଅଲ୍ଲୀ,ଏମ ଡି ନାଜିଦ,ରାଜେନ୍ଦ୍ର ମହାରଣା,ସୌମ୍ୟ ଶ୍ରୀଚନ୍ଦନ,ଦୀପ୍ତ ସୁନ୍ଦର ରାଉତ,ସୁନୀଲ କୁମାର ରାଉତରାୟ ପ୍ରମୁଖ ଯୋଗଦାନ କରି ସମସ୍ତ କାର୍ଯ୍ୟକର୍ମକୁ ପରିଚାଳନା କରିଥିଲେ।

 

 

 

0
0
0
s2sdefault