ହେଡଲାଇନସ୍:

ଢ଼ାବା ମାଲିକ କରୁଛନ୍ତି ସର୍ତ୍ତର ଖୋଲାଖୋଲି ଉଲଂଘନ   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଗ୍ରୀନ ଜୋନ ରହିଥିବା ସମ୍ବଲପୁର ଜିଲ୍ଲା  ଜାତୀୟ ଓ ରାଜ୍ୟ ରାଜପଥ କଡରେ କେତେକ ଢାବl  ଖୋଲିବା ପାଈଁ ସର୍ତ୍ତ ରଖି ଅନୁମତି ଅଛି | କିନ୍ତୁ ରେଢ଼ାଖୋଲରେ ଢ଼ାବା ମାଲିକ ମାନେ ଖୋଲାଖୋଲି ନିୟମର ଉଲଂଘନ କରୁଥିବା ଦେଖିବାକୁ ମିଳିଛି l ଆଜି  ରେଢ଼ାଖୋଲରୁ କଦଳୀ ଗଡ଼ ରାସ୍ତାରେ ଥିବା କ୍ୟାଲିଟି ଢ଼ାବାର ମାଲିକ  ଗୁଜୁରାଟରୁ ଫେରୁଥିବା ୨ଟି ବସରେ ଥିବା ପାଖାପାଖି 120 ଜଣ ଓଡ଼ିଆ ପ୍ରବାସୀଙ୍କୁ  ସଂଙ୍ଗରୋଧ ନିୟମ ଓ ସାମାଜିକ ଦୂରତ୍ୱକୁ ନ ମାନି  ସମସ୍ତଙ୍କୁ ନିର୍ଭୟ ରେ ଖାଇବାକୁ ଦେଇଥିବା ଜଣାପଡିଛି l ଏହା ଯଣା ପଡିବାପରେ ସ୍ଥାନୀୟ ଅଞ୍ଚଳରେ ତୀଵ୍ରପ୍ରକାଶ ପାଇଥିଲା l ସୂଚନା ପାଇ  ରେଢ଼ାଖୋଲ ଥାନାଧିକାରୀ ପ୍ରସାନ୍ତ ସ।ମଲ,  ବିଡ଼ିଓ ପରୀକ୍ଷିତ ସାହୁ, ସରପଞ୍ଚ ନଳିନୀ ପ୍ରଧାନ  ଘଟଣାସ୍ଥଳ ରେ ପହଁଞ୍ଚି ଢ଼ାବା କୁ ବନ୍ଦ କରିବା ସହ ଢ଼ାବା ର ସମସ୍ତଙ୍କୁ ଗୃହରେ  ଏକାନ୍ତ ବାସରେ  ରହିବାକୁ ନିର୍ଦ୍ଦେଶ ଦେଇଥିଲେ l

   ତେବେ, ବାରମ୍ବାର ସମ୍ବଲପୁର ଜ଼ିଲ୍ଲାରେ ଏଭଳି ଘଟଣା ଜ଼ିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଆଗୁଆ ସୂଚନା ଥାଇ ମଧ୍ୟ ରେଢ଼ାଖୋଲ ପୋଲିସ କ' ଣ କରୁଥିଲା ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି l

0
0
0
s2sdefault